ଭୁବନେଶ୍ୱର(ଏଟିଆର ବ୍ୟୁରୋ): ମୋଣ୍ଟେ କାର୍ଲୋ ଫ୍ୟାସନ ଲିମିଟେଡ ସବୁ ଋତୁର ପୋଷାକ ମିଳୁଥିବା ଏକ ବ୍ରାଣ୍ଡ ଅଟେ ଏବଂ ଏହାର ଦ୍ୱିତୀୟ ଏକ୍ସକ୍ଲୁସିଭ୍ ଷ୍ଟୋର ଏବେ ଭୂବନେଶ୍ୱରଠାରେ ଖୋଲିଛି । ଏହି ନୂଆ ଷ୍ଟୋରଟିରେ ଗ୍ରାହକମାନେ ବିଭିନ୍ନ ପ୍ରକାରର ପୋଷାକ ପାଇପାରିବେ । ପୂର୍ବାଞ୍ଚଳ ମୋଣ୍ଟେ କାର୍ଲୋର ମୂଖ୍ୟ ଶ୍ରୀ ହରମିନ୍ଦର ପାଲ୍ କହିଛନ୍ତି , ‘ ମୋଣ୍ଟେ କାର୍ଲୋ ହେଉଛି ଉତ୍ତର କେନ୍ଦ୍ରୀୟ ଏବଂ ପୂର୍ବାଞ୍ଚଳର ଏକ ପୋଷାକ ପ୍ରତିଷ୍ଠିତ ବ୍ରାଣ୍ଡ । ଆମ ପରି ଆକାଂକ୍ଷୀ ବ୍ରାଣ୍ଡ ମାନଙ୍କୁ ଯୁବପିଢୀଙ୍କ ଫ୍ୟାସନ ପ୍ରତି ଥିବା ଆଗ୍ରହକୁ ଦେଖି ଲାଗୁଛି ଭୂବନେଶ୍ୱରରେ ବ୍ୟବସାୟ ଭଲହେବ ।
ଆମେ ଆମ ଗ୍ରାହକଙ୍କ ମନ ପସନ୍ଦର ଏବଂ ସନ୍ତୁଷ୍ଟ ଜନକ ସପିଙ୍ଗ ପ୍ରଦାନକରିବାକୁ ଚାହୁଁଛୁ । ମୋଣ୍ଟେ କାର୍ଲୋରେ ସ୍ୱେଟର ,ସ୍ୱେଟସାର୍ଟ,ଜ୍ୟାକେଟ୍ , ଡେନିମ୍ସ , ଟି-ସାର୍ଟ , ସାର୍ଟ ,କୁର୍ତ୍ତି ଇତ୍ୟାଦି ପରି ବିଭିନ୍ନ ପ୍ରକାର ଷ୍ଟାଇଲିସ୍ ଏବଂ ଫ୍ୟାଶନେବଲ ପୋଷାକ ରହିଛି ଏବଂ ଛୋଟପିଲା(୮-୧୪ ବର୍ଷ) ପିଲାଙ୍କ ପାଇଁ ଟ୍ୱିନ୍ସ ମୋଣ୍ଟେ କାର୍ଲୋ ବ୍ରାଣ୍ଡ ନାମକ ଏକ କଲେକ୍ସନ ଅଛି ।
ମୋଣ୍ଟେ କାର୍ଲୋ ଫ୍ୟାସନ ଲିମିଟେଡ ପଞ୍ଜାବର ନାହାର ଗୃପରୁ ଆସିଅଛି,ଯାହାର ମୂଲ୍ୟ ୧ ବିଲିୟନ ଡଲାରରୁ ଅଧିକ ଏବଂ ଏହା ଭାରତର ବିଶ୍ୱସ୍ତ ,ପ୍ରତିଷ୍ଠିତ ତଥା ସୁପରିଚିତ ଗୃପ ଅଟେ।
ମୋଣ୍ଟେ କାର୍ଲୋର ଏହି ନୂତନ ଷ୍ଟୋରଟି ଭୁବନେଶ୍ୱରର ପିସି ଜୁଏଲର୍ସ ନିକଟବର୍ତ୍ତି ବି -୫୮ ଜନପଥ ରୋଡ ସହିଦ ନଗର ରେ ଖୋଲା ହୋଇଛି । ଏହା ସହିତ ଆପଣ www.montecarlo.in ଦ୍ୱାରା ଅନଲାଇନ ସପିଙ୍ଗ ମଧ୍ୟ କରିପାରିବେ ।