ପିପିଲି (ଏଟିଆର ବ୍ୟୁରୋ): ଅପରାଧ ଦୁନିଆକୁ ଦମନ କରିବା ପାଇଁ ପୋଲିସ ଯେପରି ତା’ର ଅଣ୍ଟା ଭିଡି ଦେଇଛି । ସମଗ୍ର ରାଜ୍ୟକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରିବା ସହ ଖସି ପଳାଉଥିବା ଅପରାଧୀଙ୍କୁ ଧରିବା ପାଇଁ ଦରକାର ପଡିଲେ ଏନକାଉଣ୍ଟର କରୁଛି । ଗତ କିଛି ଦିନ ହେବ ପୋଲିସ ଦୁଇରୁ ତିନୋଟି ଏନକାଉଣ୍ଟର କରିଥିବା ବେଳେ, ଗତକାଲି ବିଳମ୍ବିତ ରାତ୍ରିରେ ପୁରୀ ଜିଲ୍ଲା ପିପିଲ – ନିମାପଡା ତରକାଯା ଓଭରବ୍ରିଜ ତଳେ ବାଲିଘାଟ ଅଞ୍ଚଳର କୁକ୍ଷାତ ଅପରାଧୀ ଭାଗିରଥୀ ପ୍ରଧାନକୁ ଏନକାଉଣ୍ଟର କରିଛି ।
ଏହି ଏନକାଉଣ୍ଟରରେ ଭାଗିରଥୀର ବାମ ଗୋଡରେ ଗୁଳି ବାଜିଛି । ଗୁଳି ବାଜିବା ଫଳରେ ସେ ସେଠାରେ ପଡିଯାଇଥିଲା । ସଙ୍ଗେ ସଙ୍ଗେ ପୋଲିସ ତାକୁ କଟକ ଏସସିବିରେ ଭର୍ତ୍ତି କରିଥିଲା । ତା ନିକଟରୁ ୯ ଏମଏମର ଏକ ବନ୍ଧୁକ ସହ ଗୁଳି ଓ ସେ ବ୍ୟବହାର କରୁଥିବା ବାଇକ ଉଦ୍ଧାର କରିଛି ପୋଲିସ । ଭାଗିରଥୀ ନାଁରେ ବିଭିନ୍ନ ଥାନାରେ ୨୦ଟିରୁ ଅଧିକ ଅପରାଧିକ ମାମଲା ରହିଛି । ଏହି ଏନକାଉଣ୍ଟରରେ ତାଳବଣିଆ ଥାନାର ଅଧିକାରୀ ଶୁଭଲକ୍ଷ୍ମୀ ପୁଜାରୀ ଆହତ ହୋଇଛି ।