ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚାଲିଛି ନବରାତ୍ରୀ । ନବରାତ୍ରୀର ଏହି ନଅଦିନ ମଧ୍ୟରେ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଇଥାଏ । ଏହାସହିତ ମା’ଙ୍କ ପ୍ରତ୍ୟେକ ରୂପର ଭିନ୍ନ ଭିନ୍ନ ମହିମା ରହିଛି । ଆଜି ନବରାତ୍ରୀର ତୃତୀୟ ଦିନ । ଏହି ଦିନ ମା’ ଚନ୍ଦ୍ରଘଂଟାଙ୍କ ରୂପରେ ପୂଜା ପାଉଛନ୍ତି । ମା’ଙ୍କ ମୁସ୍ତକରେ ଘଣ୍ଟା ଆକାରର ଅର୍ଦ୍ଧଚନ୍ଦ୍ର ଥିବାରୁ ତାଙ୍କୁ ଚନ୍ଦ୍ରଘଣ୍ଟା ବୋଲି କୁହାଯାଉଛି ।
ଦେବୀ ଚନ୍ଦ୍ରଘଣ୍ଟାଙ୍କ ବାହାନ ହେଉଛନ୍ତି ସିଂହ । ତାଙ୍କର ଦଶଭୁଜା ଏବଂ ତିନୋଟି ଆଖି ରହିଛି । ଆଠଟି ହସ୍ତରେ ମା’ ଖଡଗ ତଥା ଅସ୍ତ୍ରଶନ୍ତ୍ର ଧାରଣ କରିଥାନ୍ତି ଏବଂ ଅନ୍ୟ ଦୁଇଟି ହସ୍ତରେ ଭକ୍ତଙ୍କୁ ଆର୍ଶିବାଦ କରିଥାନ୍ତି । ମାଙ୍କୁ ଦର୍ଶନ କରିବା ଦ୍ୱାରା ବିଭିନ୍ନ କଲ୍ୟାଣ ହେବା ସହ ପାପରୁ ମୁକ୍ତି ମିଳେ । ମା’ଙ୍କୁ ପୂଜିବା ଦ୍ୱାରା ଯଶ ବୃଦ୍ଧି ହୋଇଥାଏ । ଦେବୀଙ୍କ ପ୍ରଚଣ୍ଡ ଧ୍ୱୋନୀରେ ଭୟାନକ ରାକ୍ଷକ ବି ଭୟ କରନ୍ତି ।
ନବରାତ୍ରୀର ତୃତୀୟ ଦିନର ମହତ୍ୱ: ତୃତୀୟ ଦିନରେ ଭୟରୁ ମୁକ୍ତି ଏବଂ ଅପାର ସାହାସ ପ୍ରାପ୍ତ ହୋଇଥାଏ । ଏହି ଦିନ ମାଙ୍କୁ ଚନ୍ଦ୍ରଘଣ୍ଟା ରୂପରେ ଉପାସନା କରାଯାଏ । ମା’ ଚନ୍ଦ୍ରଘଣ୍ଟା ସାଧନାରେ ମଣିପୁର ଚକ୍ରକୁ ନିୟନ୍ତ୍ରିତ କରିଥାନ୍ତି ଏବଂ ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହ ସହ ତାଙ୍କର ସମ୍ବନ୍ଧ ରହିଛି ।
ମା’ ଚନ୍ଦ୍ରଘଣ୍ଟାଙ୍କୁ ପୂଜା କରିବା ଦ୍ୱାରା ପରିବାରର କଲ୍ୟାଣ ହୋଇଥାଏ । ସେଥିପାଇଁ ଲାଲ ରଙ୍ଗର ଫୁଲ, ଲାଲ ସେଓ ଏବଂ ଗୁଡ ଚଢାଇବା ସହ ଘଣ୍ଟ ବଜାଇ ପୂଜା କରନ୍ତୁ । ଏହିଦିନ ପ୍ରସାଦରେ ଗାଇ ଖୀର ଚଢେଇବାର ବିଧାନ ରହିଛି ।