ମାଲକାନଗିରି ( ଏଟିଆର ବ୍ୟୁରୋ): ମାଲକାନଗିରିରେ ପୁଣି ଦେଖା ଦେଇଛି ଲାଲ ତାଣ୍ଡବ । ନକ୍ସଲମାନେ ଆତଙ୍କ ଖେଳାଇବା ପାଇଁ ୪ ଟି ଟ୍ରାକ୍ଟର ଓ ଜେସିବି ପୋଡି ଦେଇଛନ୍ତି । ଏହି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡରେ । ସୂଚନା ଅନୁସାରେ ଗତକାଲି ସନ୍ଧ୍ୟା ସାଢେ ୫ ଟା ବେଳେ ଏହି କାଣ୍ଡ ଭିଆଇଛନ୍ତି ନକ୍ସଲ । ରାୟଗଡା ଜିଲ୍ଲାର ଛୋଟେ ଜଙ୍ଗଲଠାରୁ ମଢୋନାର ପର୍ଯ୍ୟନ୍ତ ପାଖାପାଖି ୫୧ କିଲୋମିଟର ରାସ୍ତା ଏବେ ପ୍ରଧାନମନ୍ତ୍ରୀ ସଡକ ଯୋଜନା ଅଧିନରେ ଚାଲୁଅଛି ।
ଏଥିପାଇଁ ୪ ଟି ଟ୍ରାକ୍ଟର ଓ ଜେସିବି କାମରେ ଲାଗିଥିଲା । ତେବେ ଗତକାଲି କାମ ଚାଲୁଥିବା ବେଳେ ପାଖାପାଖି ୩୦୦ ରୁ ଅଧିକ ସଶନ୍ତ୍ର ନକ୍ସଲ ଆସି ସେଠାରେ ପହଞ୍ଚିଥିଲେ ଓ ଶ୍ରମିକ ମାନଙ୍କୁ ସେଠାରୁ ବାହାର କରି ୪ ଟି ଟ୍ରାକ୍ଟର ଓ ଜେସିବିରେ ନିଆଁ ଲଗାଇ ଦେଇଥିଲେ । ସୂଚନାଯୋଗ୍ୟ ଏହି ରାସ୍ତା କାମକୁ ନକ୍ସଲମାନେ ପୂର୍ବରୁ ବିରୋଧ କରି ଆସୁଥିଲେ । ଏମିତି କି ତୁରନ୍ତ କାର୍ଯ୍ୟ ବନ୍ଦ କରିବା ପାଇଁ ଧମକ ଦେଇ ଆସୁଥିଲେ । ମାତ୍ର ଏହି କାର୍ଯ୍ୟ ବନ୍ଦ ହୋଇନଥିଲା । ଯେଉଁଥିପାଇଁ ନକ୍ସଲମାନେ ଏଭଳି କରିଥିବା ସୂଚନା ମିଳିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।