ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଗାଡି ଚାଳକମାନେ ଏଣିକି ହୋଇଯାଆନ୍ତୁ ସାବଧାନ । ଦ୍ରୁତ ଗତିରେ ଯାଇଥିବା ଯାନବାହାନକୁ ଚିହ୍ନଟ କରିବା ପାଇଁ ଆସିବ ନୂଆ ସଫ୍ଟୱେୟାର । ଏଥିପାଇଁ ଭୁବନେଶ୍ୱର ଆଇଆଇଟିଙ୍କୁ ଦାୟିତ୍ୱ ଦିଆଯାଇଥିବାର ସୂଚନା ମିଳିଛି ।ପିଆଇବି ଭୁବନେଶ୍ୱର ପକ୍ଷରୁ ଏସମ୍ପର୍କରେ ସୂଚନା ଦେଇଛନ୍ତି ।
ଏହି ସଫ୍ଟୱେୟାର ପାଇଁ ପାଖାପାଖି ୧୬ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରସ୍ତାବରେ ଦିଆଯାଇଛି । ରାଜଧାନୀରେ ଦୈନିକ ବହୁ ଲୋକ ମୃତ୍ୟୁବରଣ କରୁଛନ୍ତି ।ଏଥି ପାଇଁ ଦ୍ରୁତ ଗାଡିଚଳକ ଦାୟୀ ।ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଭୁବନେଶ୍ୱର ଆଇଆଇଟି ସ୍କୁଲ ଅଫ୍ ଇଲେକ୍ଟ୍ରୋନିକ ସାଇନ୍ସ ଏହା ଉପରେ କାର୍ଯ୍ୟ କରୁଛି । ସଫ୍ଟୱୋୟାର ବିକାଶ କରିବା ପାଇଁ ଟେକ୍ନୋଲଜିର ବ୍ୟବହାର କରାଯାଇଛି ।୨୦୧୯ ରେ ୫ ହଜାର ୩ ଶହ ୩୩ ଜଣ ଲୋକ ସଡକ ଦୁର୍ଘଟଣା କାରଣରୁ ହେେଇଥିବା ବେଳେ ୬୯% ମୃତ୍ୟୁ କେବଳ ସଡକ ଦୁର୍ଘଟଣା କାରଣରୁ ହୋଇଛି ।