ଭୁବେନେଶ୍ୱର(ଏଟିଆର ବ୍ୟୁରୋ): ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମକୁ କାଡାକଡି ଭାବେ ପାଳନ କରାଯିବ । କେବଳ ଡ୍ରାଇଭିଂ ଲାଇସେନ୍ସ, ପଲ୍ୟୁନେସ, ଫିଟସେ କାଗଜପତ୍ରକୁ ଛାଡି ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ ନିୟମ ଆଜିଠୁ ଲାଗୁ କରାଯିବ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ସବୁ ଜିଲ୍ଲାପାଳ ଓ ଏସପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ନୂଆ ଟ୍ରାଫିକ ନିୟମ ଲାଗୁ ହେବା ଦିନ ଠାରୁ ଲୋକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡି ଥିଲା । ତେବେ ଏହାକୁ ନଜରରେ ରଖି ରାଜ୍ୟ ସରକାର ନୂଆ ଟ୍ରାଫିକ ନିମୟକୁ ୩ମାସ କୋହଳ କରିଥିଲେ । ରାଜ୍ୟ ସରକାର ଦେଇଥିବା କୋହଳ ସମୟ ସୀମା ଗତକାଲି ସରିଯାଇଛି । ଆଜି ସକାଳୁ ରାଜ୍ୟରେ ଟ୍ରାଫିକ ନିୟମକୁ କଡା କଡି କରାଯାଇ ଚେକିଙ୍ଗ ଆରମ୍ଭ କରାଇଛି । ଅନ୍ୟପଟେ ଏଥର ଟ୍ରାଫିକ ନିୟମ ଭାଙ୍ଗିଲେ ଅତ୍ୟାଧୁନିକ ଅଟୋମେଟିକ ନମ୍ବର ପ୍ଲେଟ ରିଡର ମେସିନ ଦ୍ୱାରା ନମ୍ବର ସ୍କାନ ହୋଇ ସିଧା ଡାକ ଘର ଯୋଗେ ଘରକୁ ମୋଟା ଅଙ୍କର ଚାଲାଣ ଯିବ । ଆଉ ଯଦି ଏହି ଜୋରିମାନ ନ ଦିଆଯିବ ତାହାଲେ ଆରଟିଓ ଅଫିସ ଖାତାରେ ନାଁ ଗଡିବ । ପରେ ଏହାକୁ ସୁଧ ମୂଳ ହିସାବ କରାଯାଇ ଆଦାୟ କରାଯିବ । ଏନେଇ ପୋଲିସ କମିସନର ସୁଧାଂଶୁ ଷଡଙ୍ଗୀ ସୂଚନା ଦେଇଛନ୍ତି । ତେବେ ଆଜିଠୁ ବିଶେଷକରି ୧୦ଟି ନିୟମ ଉଲ୍ଲଂଘନ କଲେ ଜୋରିମାନା ଗଣିବାକୁ ପଡିବ । ଆସନ୍ତୁ ସେଗୁଡିକ କଣ ଜଣିବା
-ମଦ୍ୟପାନ କରି ଗାଡି ଚଳାଇଲେ ୧୦ ହଜାର
-ଦ୍ରୁତ ଗତିରେ ଗାଡି ଚଳାଇଲେ ୫ ହଜାର
-ଟ୍ରାଫିକର ବିପରୀତ ଦିଗରେ ଗାଡି ଚଲାଇଲେ ୫ ହଜାର
-ଗାଡି ଚାଳନା ସମୟରେ ମୋବାଇଲ ବ୍ୟବହାର କଲେ ୫ ହଜାର
-ଦୁଇଚକିଆରେ ତିନି ଜଣ ଗଲେ ୫ ହଜାର
-ରେଡ ଲାଇଟରେ ଅବମନେନା କଲେ ୫ହଜାର
-ହେଲମେଟ ନପିନ୍ଧିଲେ ଓ ସୀଲ୍ଟ ବେଲ୍ଟ ନ ପିନ୍ଧିଲେ ୧ହଜାର
ଏହି ନିୟମ ଗୁଡିକୁ ନେଇ ଆଜି ଠାରୁ ସାରା ରାଜ୍ୟରେ ଟ୍ରାଫିକ ନିୟମ କଡାକଡି ଆରମ୍ଭ କରାଯାଇଛି । ତେବେ ଦେଖିବାର ଅଛି ସାଧାରଣ ଲୋକ କେତେ ମାତ୍ରାରେ ସଚେତନତା ଅବଳମ୍ବନ କରି ଟ୍ରାଫିକ ନିୟମ ପାଳନ କରୁଛନ୍ତି ।