ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣି ନବୀନ ମାରିଲେ ମାଷ୍ଟରଷ୍ଟୋକ । କରିଲେ ବଡ ଘୋଷଣା । ଦୀର୍ଘଦିନ ଧରି ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟାଇଲେ ବିଜେଡି ସୁପ୍ରିମୋ । ବୁଧବାର ପଞ୍ଚଦଶ ଅର୍ଥ କମିଶମ ବୈଠକରେ ଯୋଗ ଦେବା ଅବସରରେ ଦୁଇଟି ବଡ ମନ୍ତବ୍ୟ ଦେଇଛନ୍ତି ନବୀନ । ପିପିଲି ବେବିନା କେସର ଶୁଣାଣି ପରେ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀ ବିବାଦୀୟ ମନ୍ତବ୍ୟ ଦେଇ ଇସ୍ତଫା ଦେଇଛନ୍ତିି ।
ଏପଟେ ଦଳର ଆଉ ଦୁଇ ଜଣଙ୍କ ମନ୍ତ୍ରୀଙ୍କ ପାଇଁ ଦଳ ଅଡୁଆର ସମୁଖୀନ ହେଉଛି । ଏଣୁ ନବୀନ ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ହେବ ବୋଲି ଆଶା କରାଯାଉଥିଲା । ମାତ୍ର ଏହି କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ମନ୍ତ୍ରୀ ମଣ୍ଡଳରେ କୈାଣସି ପରିବର୍ତ୍ତନ ହେବ ନାହିଁ ବୋଲି ସୂଚନା ଦେିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ପରେ ମନ୍ତ୍ରୀପଦ ପାଇବା ପାଇଁ ଆଶା ବାନ୍ଧି ବସିଥିବା ଯୁବ ବିଧାୟକଙ୍କ ଆଶା ମଉଳି ଯାଇଛି ।
ସେପଟେ କେନ୍ଦ୍ରରେ ବିଜେପି ବିରୋଧରେ ମହାମେଣ୍ଟରେ ବିଜେଡି ଯୋଡି ହେବ ବୋଲି ଆଶା କରାଯାଉଥିଲା । ତେବେ ମହାମେଣ୍ଟରେ ବିଜେଡି ଯୋଗ ଦେବ ନାହିଁ ବୋଲି ସୂଚନା ଦେଇଛନ୍ତି ନବୀନ । ବିଜେପି ଏବଂ କଂଗ୍ରେସଠାରୁ ସମଦୂରତା ରକ୍ଷା କରୁଛି ଦଳ । ଏଣୁ ମହାମେଣ୍ଟରେ ବିଜେଡି ଯୋଗଦାନକୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ଟାଣିଛନ୍ତି ନବୀନ ।