ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ନିର୍ବାଚନ ସରିବା ୩ ମାସକୁ ଧୋକା ଖାଇଲାଣି । ହେଲେ ଏବେ ବି ଅନେକ ପୂର୍ବତନ ବିଧାୟକ ସରକାରୀ କ୍ୱାଟର ଛାଡି ନାହାନ୍ତି । ଯେଉଁଥିପାଇଁ ନୂତନ କରି ବିଧାନସଭାକୁ ଆସିଥିବା ବିଧାୟକ ମାନେ ଘରଟିଏ ପାଇ ପାରୁ ନାହାନ୍ତି । ପୂର୍ବରୁ ନିଦ୍ଦିଷ୍ଟ ତାରିଖ ମଧ୍ୟରେ କ୍ୱାଟର ଛାଡିବାକୁ ନିର୍ଦେଶ ରହିଥିଲେ ମଧ୍ୟ କେତେଜଣ ପୂର୍ବତନ ବିଧାୟକ ଏବେ ବି ସରକାରୀ କ୍ୱାଟରକୁ ନିଜ ଅଧିନରେ ରଖିଛନ୍ତି ।
ତେବେ ଏନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତୁରନ୍ତ କ୍ୱାଟର ଛାଡିବାକୁ ନିର୍ଦେଶ ଦେଇଛନ୍ତି । ଏମିତି କି ଯଦି ସେମାନେ କ୍ୱାଟର ନ ଛାଡନ୍ତି ତେବେ ସେମାନଙ୍କ ପାଣି ଓ ବିଦ୍ୟୁତ ସଂଯୋଗକୁ କାଟି ଦିଆଯିବ ବୋଲି ସୂଚନା ଦେଇଛନ୍ତି ବାଚସ୍ପତି । ସୂଚନା ଅନୁସାରେ ୨୬ ଜଣ ପୂର୍ବତନ ବିଧାୟକ ହାରିବା ପରେ ମଧ୍ୟ କ୍ୱାଟର ଛାଡି ନାହାନ୍ତି । ଏନେଇ ନୋଟିସ ମଧ୍ୟ ଜାରି ହୋଇଛି । ସୂଚନାଯୋଗ୍ୟ ପୂର୍ବରୁ ମଧ୍ୟ ଏକ ନିର୍ଦ୍ଦିଷ୍ଟ ତାରିଖ ମଧ୍ୟରେ କ୍ୱାଟର ଛାଡିବାକୁ ବିଧାୟକ ମାନଙ୍କୁ ସୂଚନା ଦିଆଯାଇଥିଲା ।