ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏବେ ରାଜ୍ୟରେ ଖରା ତାତି ବଢିଯାଇଛି । ଖରାଦିନେ ଯେପରି ଲୋକେ ସ୍ୱଚ୍ଛ ପାନୀୟ ଜଳ ପାଇଁ କୌଣସି ସମସ୍ୟାରେ ନପଡନ୍ତି ବା ହଇରାଣ ନହୁଅନ୍ତି । ସେଥିପାଇଁ ସରକାରଙ୍କ ପକ୍ଷରୁ ଏକ ପଦକ୍ଷେପ ନିଆଯାଇଛି । ଲୋକଙ୍କ ପାଖରେ ସ୍ୱଚ୍ଛ ପାଣି ପହଁଚାଇବା ନିମନ୍ତେ ସରକାରଙ୍କ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି ।
ଯଦି କୌଣସି ଅଞ୍ଚଳରେ ସ୍ୱଚ୍ଛ ପାନୀୟ ଜଳ ଲାଗି ସମସ୍ୟା ରହିଛି । ଲୋକେ ପାଣି ପାଇଁ ହଇରାଣ ହେଉଛନ୍ତି ତେବେ ପଞ୍ଚାୟତି ରାଜ ଏବଂ ପାନୀୟ ଜଳ ବିଭାଗ ଦ୍ୱାରା ଜାରି ହୋଇଥିବା ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରି ପାରିବେ । ଗ୍ରାମୀଣ ଏବଂ ସହରାଞ୍ଚଳରେ ହେଉଥିବା ଜଳ ସମସ୍ୟା ପାଇଁ ଦୁଇଟି ଟୋଲ ଫ୍ରି ନଂ ଜାରି କରାଯାଇଛି । ଗ୍ରାମୀଣ ଅଞ୍ଚଳରେ ଲୋକେ ସେମାନଙ୍କ ସମସ୍ୟା ୧୯୧୬ କୁ ଫୋନ୍ କରି ଜଣାଇ ପାରିବେ । ସେହିପରି ସହରାଞ୍ଚାଳ ଲୋକେ ସେମାନଙ୍କ ପାନୀୟ ଜଳ ସମସ୍ୟା ସମ୍ବନ୍ଧରେ ୧୮୦୦୩୪୫୬୭୮୩ କୁ ଫୋନ୍ କରି ଜଣାଇ ପାରିବେ ।
ଖରାଦିନେ ଉଭୟ ଗ୍ରାମୀଣ ଏବଂ ସହରାଞ୍ଚଳ ପାଇଁ ସ୍ୱଚ୍ଛ ପାନୀୟ ଜଳ ଏକ ବଡ ସମସ୍ୟା । ଏହାସହିତ ବଡ ବଡ ଟ୍ୟାଙ୍କର ଯୋଗେ ଲୋକଙ୍କ ପାଖରେ ପାଣି ପହଁଚାଇବାର ନିଷ୍ପତି ନେଇଛନ୍ତି ସରକାର । ଏହାବ୍ୟତିତ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଥିବା ନଳକୂପ ମରାମତି ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜଳ ଯୋଗଣ ଅସୁବିଧା ଦୂର କରିବା ପାଇଁ ଏକ କଣ୍ଟ୍ରୋଲ ରୁମ ଖୋଲାଯାଇଛି ।