ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ଅତି ଲୋକପ୍ରିୟ ଟିକ୍ଟକ୍ ଆପ ସମେତ ଭାରତ ୫୯ ଟି ଚାଇନିଜ ଆପକୁ ସ୍ଥାୟୀ ଭାବେ ବ୍ୟାନ କରିଛନ୍ତି । ତେବେ ଏହି ଆପ ଗୁଡିକ ମଧ୍ୟରେ ରହିଛି ବାଇଟ ଡ୍ୟାନ୍ସ, ଟିକଟକ, ବାଇଡୁ, ୱିଚ୍ୟାଟ, ଆଲିବାବାର ୟୁସି ବ୍ରାଉଜର, ଶପିଂ ଆପ୍ କ୍ଲବ ଫ୍ୟାକ୍ଟ୍ରୀ ଓ ବିଜୋ ଲାଇଭ ପ୍ରମୁ୍ଖ ରହିଛି।
ପୂର୍ବରୁ ଜୁନ ୨୦୨୦ ରେ ଭାରତରେ ଟିକଟକ , ୱିଚାଟ , ୟୁସି ବ୍ରାଇଜର ସମେତ ୫୯ଟି ଆପ ଉପରେ କଟକଣା ଲଗାଇଥିଲା । ଗୁଗୁଲ ପ୍ଲେ ଷ୍ଟୋରରେ ମଧ୍ୟ ଏହି ଆପ ଗୁଡିକ ଉପଲବ୍ଧ ହେଉନାହିଁ । ହେଲେ ଏବେ ଏହି ଆପ ସ୍ଥାୟୀ ରୂପେ ଭାରତରେ ବ୍ୟାନ୍ ହୋଇଯାଇଛି । ପ୍ରଯୁକ୍ତି ଜ୍ଞାନକୈାଶଳ ମନ୍ତ୍ରାଳୟ ପକ୍ଷରୁ ଏହି ସବୁ ଆପ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି । ଏହା ଦ୍ୱାରା ଚାଇନାକୁ ବଡ ଝଟକା ଲାଗିଛି ବୋଲି କୁହାଯାଇଛି ।