ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଅକ୍ଟୋବର ୨ ତଥା ଗାନ୍ଧୀ ଜୟନ୍ତିରୁ ରାଜ୍ୟର ୬ଟି ସହରରେ ପ୍ଲାଷ୍ଟିକ ମୁକ୍ତ କରାଯିବ । ତାଲିକାରେ ଥିବା ସହର ଗୁଡିକ ହେଉଛି କଟକ, ଭୁବନେଶ୍ୱର, ରାଉଲକେଲା, ବ୍ରହ୍ମପୁର, ସମ୍ବଲପୁର ଏବଂ ପୁରୀ । ଏହି ସହର ଗୁଡିକରେ ପୂରାପୂରି ଭାବେ ପ୍ଲାଷ୍ଟିକ ବ୍ୟବହାର ବନ୍ଦ ହେବ ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।
ଏନେଇ ପୂର୍ବରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହା ଗାନ୍ଧୀ ଜୟନ୍ତିରୁ ଲାଗୁ ହେବ । ସେଥିପାଇଁ ଯଦି କୌଣସ ବ୍ୟବସାୟୀ ବା ଗୋଦମରେ ଅଧିକ ମାତ୍ରାରେ ପଲିଥିନି ରହିଯାଇଛି ତାହାକୁ ଖୁବ୍ ଶୀଘ୍ର ଶେଷ କରିଦିଅନ୍ତୁ ନଚେତ୍ ପରମୁହୂର୍ତ୍ତରେ ଏହି ସାମଗ୍ରୀ ମିଳିବା ଦ୍ୱାରା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାସହିତ ଥର୍ମୋକୁଲ ଥାଳି, ଗିନା, ଚାମଚ ଏବଂ ପ୍ଲାଷ୍ଟିକ କଣ୍ଟେନର ଆଦିର ବ୍ୟବହାର ମଧ୍ୟ ବନ୍ଦ କରାଯିବ ।
ଖାଦ୍ୟ ସଂରକ୍ଷଣ, ପ୍ୟାକେଜିଂ, ମେଡିସିନ୍, ରକ୍ତ ପରିବହନ, ସିରିଞ୍ଜ ପ୍ୟାକିିଂ ଆଦି ନିମନ୍ତେ ୫୦ ମାଇକ୍ରୋନରୁ କମ ପଲିଥିନି ବ୍ୟବହାର କରିପାରିବେ । ସେଥିପାଇଁ କୌଣସି କଟକଣା ଲାଗୁ କରାଯିବ ନାହିଁ ।