ନବରଙ୍ଗୁର(ଏଟିଆର ବ୍ୟୁରୋ): ବିବାଦୀୟ ମନ୍ତବ୍ୟ ଦେଇ ଫସିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝୀ । ଗତକାଲି କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ନବରଙ୍ଗୁର ବନ୍ଦ ଡାକାରା ଦିଆ ଯାଇଥିଲା । ଗତ ୧୪ ତାରିଖରେ ନବରଙ୍ଗପୁର ଜିଲ୍ଲା କୋଷାଗୁଡୁଡା ବ୍ଲକ ଅନ୍ତର୍ଗତ ଗୁମଣ୍ଡଳୀ ଗ୍ରାମର ଜଣେ ନାବାଳିକାକୁ ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଗତକାଲି ନବରଙ୍ଗପୁର ବନ୍ଦ ଡାକରା ଦିଆଯାଇଥିଲା । ଏହି ସମୟରେ କଂଗ୍ରେସ ନେତା ପ୍ରଦୀପ ମାଝୀ ଫୋନ ମାଧ୍ୟମରେ କର୍ମୀ ମାନଙ୍କୁ ପେଟ୍ରୋଲ ଓ ଡିଜେଲ ରେଡି ରଖିବାକୁ କହିବା ସହ ଇସାର କଲେ ନିଆଁ ଲଗାଇବାକୁ କହୁଥିଲେ । ପରେ ଯାହ ହେବ ଦେଖା ଯିବ ବୋଲି ମଧ୍ୟ କହୁଥିଲେ ।
ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଥିଲା । ତେବେ ବନ୍ଦ ପାଳନ ବେଳେ ନବରଙ୍ଗପୁର ଅଞ୍ଚଳରେ ହିଂସା ଦେଖିବାକୁ ମିଳିଥିଲା । ଏହି ହିଂସାର କାରଣ ପ୍ରଦୀପ ମାଝି ବୋଲି ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ବିଜେପି ଓ ବିଜେଡି ନେତା ମାନେ କଡା ସମାଲୋଚନା କରିଥିଲେ । ତେବେ ଆଜି ପ୍ରଦୀପ ମାଝିଙ୍କ ନାଁରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ପୋଲିସ ନିଜ ଆଡୁ ମାମଲା ରୁଜୁ କରିଛି । ହିଂସାକୁ ଉସୁକାଇବା ନେଇ ମାମଲା ରୁଜୁ ହୋଇଥିବାର ଜଣାପଡିଛି । ପ୍ରଦୀପ ମାଝିଙ୍କ ସମେତ ଅନ୍ୟ ୧୫ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଥିବାର ସୂଚନା ମିଳିଛି ।