ଭବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଭୁବନେଶ୍ୱରସ୍ଥିତ ପଳାଶପଲ୍ଲୀରେ ଥିବା ଅଫିସକୁ ସିଲ୍ କରାଯାଇଛି । ବିଏମସି ପକ୍ଷରୁ କମିଶନରେଟ ପୋଲିସ ସହାୟତାରେ ଅଫିସ ସିଲ କରାଯାଇଛି । କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ଅପରାଜିତାଙ୍କ ଅଫିସକୁ ୧୫ ଦିନ ପାଇଁ ସିଲ୍ କରାଯାଇଛି ।
ଅନ୍ୟପଟେ ସାଂସଦ ଅପରାଜିତା ବାରମ୍ବାର କୋଭିଡ ନିୟମ ଉଲ୍ଲଂଘନ କରୁଥିବା ନେଇ କାର୍ଯ୍ୟାନୁଷ୍ଠାନ ନେବା ଦାବିରେ ଭୁବନେଶ୍ୱର ଡିସିପିଙ୍କ ନିକଟରେ କୋଭିଡ ଯୋଦ୍ଧା ଦାବି କରିଛନ୍ତି ।
ଅପରାଜିତା ତାଙ୍କ ଜନ୍ମ ଦିନ ପାଳନ ବେଳେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଥିଲା । ଜନ୍ମ ଦିନ ପାଳନ ଅବସରରେ ସେ କୌଣସି ପ୍ରକାରର ସାମାଜିକ ଦୂରତା ରକ୍ଷା କରିନଥିଲେ କି ମୁହଁରେ ମାସ୍କ ମଧ୍ୟ ପିନ୍ଧିନଥିଲେ । ଏପରିକି ଜନ୍ମଦିନରେ ଉପସ୍ଥିତ ଥିବା ସଦସ୍ୟଙ୍କ ମୁହଁରେ ବି ମାସ୍କ ନଥିବାର ଅଭିଯୋଗ ହୋଇଥିଲା ।