ବଲାଙ୍ଗୀର (ଏଟିଆର ବ୍ୟୁରୋ): ଅପେକ୍ଷାର ଘଟିଛି ଅନ୍ତ । ଏବେ ବିକାଶ ନକ୍ସାରେ ଯୋଡି ହେବ ବଲାଙ୍ଗୀର ସହର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟିଟିଲାଗଡରେ ପହଂଚିଛନ୍ତି । ଟିଟିଲାଗଡ ସଭାସ୍ଥଳରେ ସକାଳ ୧୧ଟାରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଜିଲ୍ଲାରେ ୨୦୮.୨୦ କୋଟିର ପ୍ରକାର୍ପଣ ହେବା ସାଙ୍ଗକୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହାପରେ ମୁଖ୍ୟମନ୍ତ୍ରୀ ପଟଣାଗଡ ଓ ବଲାଙ୍ଗୀର ସଭାରେ ଯୋଗ ଦେବେ । ଏହି ଯୋଜନା ତୃଣମୂଳ ସ୍ତରରେ ପହଁଚିବା ପାଇଁ ଜିଲ୍ଲାରେ ୧୧ ଜଣ ମନ୍ତ୍ରୀ ଓ ୧୬ ଜଣ ପର୍ଯ୍ୟବେକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଦେଇଛନ୍ତି ।
ଏହାସହିତ ମୁଖ୍ୟମନ୍ତ୍ରୀ ଅତ୍ୟାଧୁନିକ ବସ ଟର୍ମିନାଲର ଲୋକାର୍ପଣ କରିବା ସହ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ହରିଶଙ୍କର ନୃସିଂହନାଥ ଗନ୍ଧମାର୍ଦ୍ଦନ ପର୍ବତର ଉନ୍ନତିକରଣ ପାଇଁ ପ୍ୟାକେଜ ଘୋଷଣା କରିବା ସହ ଶିଳାନ୍ୟାସ ମଧ୍ୟ କରିବେ । ସେହିପରି ବଲାଙ୍ଗୀର ପୌରାଞ୍ଚଳରେ ସ୍ମାର୍ଟ ପାର୍କ, ଟିଟିଲାଗଡ ଓ ତୁଷୁରାଡାରେ ସ୍ମାର୍ଟ ପାର୍କ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳର ଏକାଡେମୀଙ୍କ କୋଠା, ଇଡକୋ ଅଞ୍ଚଳହେ ହେବାକୁ ଥିବା ବହୁମୁଖୀ ପାର୍କ, ପ୍ଳାନେଟୋରିୟମ ଆଦିର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ।