ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଶେଷରେ ଦିଲୀପ ଦେଲେ ଇସ୍ତଫା । ବିଧାୟକ ପଦରୁ ଆଜି ଇସ୍ତଫା ଦେଇଛନ୍ତି ଦିଲୀପ ରାୟ । ଏନେଇ ଆଜି ବିଧାନସଭାରେ ବାଚସ୍ପତି ପ୍ରଦୀପ କୁମାର ଅମାତଙ୍କୁ ଭେଟି ଦିଲୀପ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ବାଚସ୍ପତି ଶ୍ରୀ ଅମାତ ମଧ୍ୟ ଏହାକୁ ଗ୍ରହଣ କରିଛନ୍ତି । ସୂଚନାଯୋଗ୍ୟ , ବ୍ରାହ୍ମଣୀ ନଦୀରେ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହେତୁ ବିଜେପି ଉପରେ କ୍ଷୁବ୍ଧ ହୋଇଥିଲେ ଦିଲୀପ । ବାରମ୍ବାର ଚାପ ପଡିବା ସତ୍ୱେ ମଧ୍ୟ ଦ୍ୱିତୀୟ ସେତୁ ନିର୍ମାଣ କାର୍ଯ୍ୟରେ ବିଳମ୍ବ ହୋଇଥିଲା ।
ଏହାସହ ରାଉରକେଲାରେ ଆଇଜିଏଚ ସୁପର ସ୍ପେସାଲିଷ୍ଟ ହସପିଟାଲ ପ୍ରତିଶ୍ରୁତିକୁ ମଧ୍ୟ ବିଜେପି ପୂରଣ କରିପାରିନଥିଲା । ଯାହାକୁ ନେଇ ବିଜେପି ଉପରେ ଦିଲୀପ ଦୀର୍ଘ ଦିନ ହେବ ଅଶାନ୍ତ ରହିଥିଲେ । ତେବେ ସେ ଆଜି ବିଧାୟକ ପଦ ସହ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି । ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ଦିଲୀପ ଇ-ମେଲ ଯୋଗେ ନିଜ ଇସ୍ତଫା ପତ୍ର ପ୍ରଦାନ କରଛନ୍ତି । ସେ ଏନେଇ ଟ୍ୱିଟ କରି ଜଣାଇଛନ୍ତି ।
Called on the Hon'ble Speaker of Odisha Legislative Assembly today morning and tendered resignation of my seat in the assembly from Rourkela constituency. pic.twitter.com/uAaEaxF3Qb
— Dilip Ray (@DilipRayOdisha) November 30, 2018
ସେପଟେ ଦିଲୀପ ନୀତି ନିୟମ ଅନୁଯାଇ ଇସ୍ତଫା ଦେଇଥିବା ବାଚସ୍ପତି କହିଛନ୍ତି । ଏହାସହ ଦିଲୀପ ଇସ୍ତଫା ଦେଇଥିବା ନେଇ ନିର୍ବାଚନ କମିଶନଙ୍କୁ ଜଣାଇ ଦିଆଯାଇଥିବା ବାଚସ୍ପତି କହିଛନ୍ତି । ତେବେ ଦିଲୀପଙ୍କ ଇସ୍ତଫା ପରେ ରାଜନୀତି ସରଗରମ ହୋଇଛି । ଆଗାମୀ ୨୦୧୯ ନିର୍ବାଚନରେ ଦିଲୀପ କେଉଁ ଦଳ ଓ କେଉଁ ସ୍ଥାନରୁ ନିର୍ବାଚନ ଲଢିବେ ସେନେଇ କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି । ତେବେ ଦିଲୀପ ରାଉରକେଲା ଆସନରୁ ନିର୍ବାଚନ ଲଢିବେନି ବୋଲି ଶୁଣାଯାଉଛି ।
It is with deep anguish that I have decided to quit as the Member of State Legislative Assembly as well as from the Membership of Bharatiya Janata Party (BJP). pic.twitter.com/pXMrezRU9H
— Dilip Ray (@DilipRayOdisha) November 30, 2018