ନୟାଗଡ (ଏଟିଆର ବ୍ୟୁରୋ); ଦଳୀୟ ଟିକେଟ ବଣ୍ଟାକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ । ପୂର୍ବରୁ ସଂଗଠନ ରଖିଥିବା ନେତାଙ୍କୁ ଟିକେଟ ମିଳୁନଥିବାରୁ ବିଜେଡିର ବହୁ ତୁଙ୍ଗ ନେତାଙ୍କ ଦଳ ଟିକେଟ କାଟିଥିବାବେଳେ ଆଉ କିଛି ନେତାଙ୍କ ନିର୍ବାଚନ ମଣ୍ଡଳୀରେ ଲୋକ ପ୍ରିୟତା ନଥିବାରୁ ଟିକେଟ କାଟିଛନ୍ତି ଦଳ ସୁପ୍ରିମୋ । ତେବେ ସେ ଯାହାବି ହେଉ ଦଳୀୟ ଟିକେଟ ନମିଳିଥିବାରୁ ବାଧ୍ୟ ହୋଇ କେତେକ ନେତା ଦଳ ଛାଡିବା ପାଇଁ ହୋଇଛନ୍ତି । ଦଶପଲ୍ଲା ବିଧାୟକ ପୂଣ୍ଣଚନ୍ଦ୍ର ନାୟକ ୨୦୧୪ ନିର୍ବାଚନରେ ବିଜେଡି ପକ୍ଷରୁ ବିଜୟ ହୋଇଥିଲେ ସୁଦ୍ଧା ଚଳିତ ନିର୍ବାଚନରେ ଟିକେଟ ନମିଳିବାରୁ ବିଜେଡିକୁ ବାଏ ବାଏ କହିଛନ୍ତି । ତେବେ ସେ ବିଜେପିରେ ମିଶିପାରନ୍ତି ବୋଲି ଶୁଣିବାକୁ ମିଳିଛି ।
ପୂର୍ଣ୍ଣଚନ୍ଦ୍ର ନାୟକ ନିର୍ବାଚନ ମଣ୍ଡଳୀରେ କେତେକ ହାତଗଣତି ସମର୍ଥକଙ୍କୁ ନେଇ କାମ କରୁଥିବାରୁ ତାଙ୍କୁ ନିର୍ବାଚନ ମଣ୍ଡଳୀରେ ବହୁ ଲୋକ ବିରୋଧ କରିଥିଲେ । ଅପରପକ୍ଷରେ ସରକାରୀ ଚାକିରୀ ଛାଡି ଦଶପଲ୍ଲାରେ ଲୋକ ସମ୍ପର୍କ ବଢ଼ାଇବାରେ ସଫଳ ହୋଇଥିବା ରମେଶ ବେହେରାଙ୍କ ଉପରେ ଭରଷା କରି ବିଜେଡି ଟିକେଟ ଦେଇଥିଲା । ରମେଶ ବେହେରା ଟିକେଟ ପାଇବା ପରେ ରକ୍ତ ଚାଉଳ ଚୋବୋଉଥିବା ପୂର୍ଣ୍ଣ ଶେଷରେ ବିଜେଡି ଉପରେ ଅସନ୍ତୁଷ୍ଟ ହୋଇ ବିଜେଡି ଛାଡିଛନ୍ତି । ତେବେ ସେ ବିଜେପିରେ ଯୋଗ ଦେଇ ପାରନ୍ତି ବୋଲି ତାଙ୍କ ନିକଟସ୍ଥ ସମର୍ଥକମାନେ ସୂଚନା ଦେଇଛନ୍ତି । ପୂର୍ଣ୍ଣଙ୍କ ନୂଆ ଠିକଣା ତାଙ୍କୁ କିଭଳି ସୁହାଇବ ତା ଉପରେ ରହିଛି ସମସ୍ତଙ୍କ ନଜର । ଗତ ପାଞ୍ଚ ବର୍ଷରେ କରିଥିବା କାମ ଉପରେ ଲୋକଙ୍କ ବିଶ୍ୱାସ ରହିବ କି ନୂଆ ବିଜେଡି ପ୍ରାର୍ଥୀଙ୍କୁ ଭରଷା କରିବେ ଜନତା । ଏହାକୁ ନେଇ ଆରମ୍ଭ ହୋଇ ଯାଇଛି କଳ୍ପନା ଜଳ୍ପନା ।