ଭୁବନେଶ୍ୱର (ଏଟିଆର ବ୍ୟୁରୋ); ପୁଣିଥରେ ଗୃହରେ ଗରମ ହୋଇଛନ୍ତି ତାରା ବାହିନୀ ପତି! ବିଧି ଅନୁସାରେ ଗୃହ ଚାଲୁନଥିବାରୁ ବାଚସ୍ପତିଙ୍କ ଉପରକୁ କାଗଜ ଫୋପାଡିଛନ୍ତି ତାରା । ଆଜି ବିଧାନସଭାରେ ମନ୍ତ୍ରୀଙ୍କ ଅନୁପସ୍ଥିତି ସବୁଠାରୁ ଚର୍ଚ୍ଚାର ବିଷୟ ଥିଲା । ମନ୍ତ୍ରୀଙ୍କ ବଦଳରେ ଭାରପ୍ରାପ୍ତ ମନ୍ତ୍ରୀମାନେ ଠିକସେ ଉତ୍ତର ଦେଇ ପାରିନଥିଲେ । ଏଣୁ ଗୃହକୁ ବନ୍ଦ କରାଯାଉ ବୋଲି କହିଥିଲେ ତାରା । ବାଚସ୍ପତି ନିୟମରେ ଯାଉନାହାଁନ୍ତି । ପବିତ୍ର ଗୃହରେ ଏବେ ନିୟମର ଅନିୟମିତତା ହେଉଛି । ଏଣୁ ବାଚସ୍ପତି ପଦର ବ୍ୟବହାର କରୁନାହାଁନ୍ତି ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ତାରା । କାଗଜ ଫୋପାଡିବାକୁ ମଧ୍ୟ ସ୍ୱୀକାର କରିଛନ୍ତି ତାରା ।
କେବଳ ଆଜି ନୁହେଁ ତିନି ଦିନ ହେବ ବିଧାନସଭାରେ ମନ୍ତ୍ରୀ ଏବଂ ବିଧାୟକଙ୍କ ମରୁଡି ପଡିଛି । ଯାହାକୁ ନେଇ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ କରିଛନ୍ତିି । ରାଜ୍ୟର ଜନତାମାନେ ବିଧାନସଭାରେ କେଉଁ ପ୍ରଶ୍ନ ଉଠୁୂଛି ଏବଂ ମନ୍ତ୍ରୀମାନେ କଣ ଉତ୍ତର ଦେଉଛନ୍ତି ତାଉପରେ ମସ୍ତଙ୍କ ନଜର ରହିଥାଏ । କିନ୍ତୁ ମନ୍ତ୍ରୀମାନେ ପାଟକୁରାରେ ମାତିଛନ୍ତି । ଏଣୁ ତାରା ଟାର୍ଗେଟ କରିଛନ୍ତି ।
ଶାସକ ଦଳ ସହିତ ମୁଖ୍ୟ ବିରୋଧୀ ଦଳ ବିଜେପିକୁ ମଧ୍ୟ ଟାର୍ଗେଟ କରିଛନ୍ତି ତାରା ବାହିନୀ ପତି । ସେ କହିଛନ୍ତି ବିଜେପିର ବିଧାୟକଙ୍କ ମଧ୍ୟରେ ତାଳମେଳ ନାହିଁ । ତିନିଜଣ ଅଲଗା ଅଲଗା ପ୍ରସଙ୍ଗରେ ପ୍ରଶ୍ନ ଉଠାଉଛନ୍ତି । ଆଜି ବିଧାନସଭାରେ ପାଞ୍ଚଟି-ଛଅଟି ବିଭାଗ ଉପରେ ଆଲୋଚନା ହେଉଥିବା ସ୍ଥଳେ ଉତ୍ତର ରଖିଥିଲେ ମାତ୍ର ୨ ଜଣ ମନ୍ତ୍ରୀ । ମନ୍ତ୍ରୀମାନେ ସଠିକ ଭାବରେ ଗୃହରେ ଉତ୍ତର ରଖିପାରୁ ନାହିଁ ।