ପୁରୀ (ଏଟିଆର ବ୍ୟୁରୋ): ବାବ୍ରି ମସଜିଦ ପାଇଁ ସରକାର ଯେଉଁ ୫ ଏକର ଜମି ଦେବା ପାଇଁ ପକ୍ରିୟା ଆରମ୍ଭ କରିଛନ୍ତି , ତାକୁ ଏବେ ବିରୋଧ କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ । ସେ କହିଛନ୍ତି ଏହି ନିଷ୍ପତ୍ତି ଦେଶ ବିଭାଜନକୁ ପ୍ରୋତ୍ସାହିତ କରିବ । ସେ ଆହୁରି ମଧ୍ୟ କହିଛନ୍ତି ବାବର ଭାରତ ଆକ୍ରମଣ କରିଥିଲେ । ତେଣୁ ସେ ଆତଙ୍କବାଦ । ତେଣୁ ତାଙ୍କ ନାଁରେ ହୋଇଥିବା ମନ୍ଦିରର ପୁନଃନିର୍ମାଣ ପାଇଁ ଜମି ଦିଆଯିବା ଉଚିତ ନୁହେଁ । ଏମିତି ହେଲେ ଏବେ ଅଯୋଧ୍ୟାରେ ଯେଉଁ ସ୍ଥିତି ହୋଇଛି ଆଗକୁ ସେହିଭଳି ସ୍ଥିତି ମଥୁରା, କାଶୀ ଏବଂ ବାରଣାସୀରେ ମଧ୍ୟ ହେବ । ସରକାର ଏହି ନିଷ୍ପତ୍ତିର ପୁନଃ ବିଚାର କରିବାକୁ ସେ ଦାବି କରିଛନ୍ତି ।
ସୂଚନାଯୋଗ୍ୟ ଅଯୋଧ୍ୟା ରାୟ ପ୍ରକାଶ ପାଇବା ବେଳେ ସୁପ୍ରିମକୋର୍ଟ ରାୟରେ କହିଥିଲେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ । ମସଜିଦ ପାଇଁ ସରକାର ୫ ଏକ ଜମି ସୁନ୍ନିୱାକଫ ବୋର୍ଡକୁ ଯୋଗାଇ ଦେବାକୁ । ଗତକାଲି ରାମ ମନ୍ଦିର ଟ୍ରଷ୍ଟ ନେଇ ସଂସଦରେ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗଠନ ହୋଇଥିବା ଏହି ଟ୍ରଷ୍ଟର ନାମ ‘ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର’ ରଖାଯାଇଛି । ଏହି ଅବସରରେ ମୋଦି କହିଥିଲେ ରାମ ମନ୍ଦିର ନିର୍ମାଣ ପାଇଁ ଟ୍ରଷ୍ଟକୁ ୬୭.୩ ଏକର ଜମି ପ୍ରଦାନ କରାଯିବ ।ଯେଉଁଠାରେ ଭବ୍ୟ ଏବଂ ସୁନ୍ଦର ରାମ ମନ୍ଦିର ନିର୍ମାଣ କରାଯିବ । ସେହିଭଳି ସୁନ୍ନିୱାକଫ ବୋଡକୁ ୫ ଏକର ଜମି ଯୋଗାଇ ଦେବାକୁ ସରକାର ଘୋଷଣା କରିଛନ୍ତି ।