ପୁରୀ (ଏଟିଆର ବ୍ୟୁରୋ); ନୂଆ ବର୍ଷ ଆରମ୍ଭରୁ ମହାପ୍ରଭୁଙ୍କୁ ଦର୍ଶନ କଲେ ବର୍ଷସାରା ଭଲରେ କଟିବ ବୋଲି ଭକ୍ତଙ୍କ ମନରେ ଭାବନା ରହିଛି । ଏଣୁ ଦେଶ ଏବଂ ଦେଶ ବାହାରୁ ଲକ୍ଷ ଲକ୍ଷ ଭକ୍ତଙ୍କ ଦର୍ଶନ କରିବା ପାଇଁ ଆସିବେ । ଏହି ଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ କରିଛି । ମଙ୍ଗଳବାର ରାତି ୨ଟାରୁ ମହାପ୍ରଭୁଙ୍କ ପହଡ ଖୋଲିବ ଏବଂ ଭକ୍ତମାନେ ଠାକୁରଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ ।
ପହଡ ଖୋଲିବା ପରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତୀ, ଅବକାଶ, ମଇଲମ ପରେ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଶ୍ରଦ୍ଧାଳୁମାନେ କିପରି ଶ୍ରୀଜିଉଙ୍କ ଶୃଙ୍ଖଳିତ ଦର୍ଶନ କରିପାରିବେ ସେଥିପାଇଁ ହୋଇଛି ବ୍ୟାରିକେଡ । ଭକ୍ତମାନେ ସିଂହଦ୍ୱାର ଦେଇ ପ୍ରବେଶ କରିବା ସହ ଅନ୍ୟ ତିନିଦ୍ୱାର ଦେଇ ବାହାରିବା ବନ୍ଦୋବସ୍ତ କରାଯାଇଛି । ୫୦ ପ୍ଲାଟୁନ୍ ପୋଲିସ ଫୋର୍ସ ସମେତ ୫୦୦ରୁ ଉର୍ଦ୍ଧ ଅଫିସର ଏବଂ ସମୁଦ୍ର ସ୍ନାନର ଅଘଟଣକୁ ଏଡାଇବା ପାଇଁ ଲାଇଫଗାର୍ଡ ମୁତୟନ କରାଯାଇଛି ।