ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ଏଇ ୨ ଦିନ ହେଲା ଲଗାତାର ବର୍ଷା ଓ ପାଗ କୋହଲା ରହି ଆସିଛି । ଯାହା ଫଳରେ ଜନଜୀବନ ପ୍ରଭାବିତ ହେଉଛି । ଏହିଭଳି ପାଗ ଆହୁରି ୨ ଦିନ ଲାଗି ରହିବ ବୋଲି ଅନୁମାନ କରଯାଉଛି । ଆହୁରି ୪ ଦିନ ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯାଇଛି । ୭ ଟି ଜିଲ୍ଲାକୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି । ସେହିସବୁ ଜିଲ୍ଲା ଗୁଡିିକ ହେଲା ଦେବଗଡ, ବୌଦ୍ଧ, ସୋନପୁର, ଢେଙ୍କାନାଳ , ଅନୁଗୋଳ, ସମ୍ଭଲପୁର ଓ କେନ୍ଦୁଝର । ୧୦ ତାରିଖ ଠାରୁ ପାଗରେ ପରିବର୍ତ୍ତନ ଦେଖାଯିବ ।
ଅନ୍ୟପଟେ ବର୍ଷା କମିବା ପରେ ୧୦ ତାରିଖ ପର ରାତିରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ । ତେଣୁ ଶୀତର ପ୍ରକୋପ ବଢିବ । ସେହିଭଳି ୧୦ ତାରିଖ ଠାରୁ ଘନ କୁହୁଡି ମଧ୍ୟ ଦେଖାଦେବ । ଆଜି ୬ ଟି ଜିଲ୍ଲାର ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ବିହାର ଏବଂ ଏହାର ପାଖ ଅଞ୍ଚଳରେ ଘୂର୍ଣ୍ଣି ବଳୟ ରହିଥିବାରୁ ପାଗ ଏଭଳି ରହିଛି ।ଆସନ୍ତା କାଲି ରାତି ୯ ଟା ପର୍ଯ୍ୟନ୍ତ ପାଗ ଏମିତି ରହିବ ବୋଲି ଅନୁମାନ କରାଯାଉଛି ।