ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଏଥର ବିଭିପାଟ ଗଣତି ହେଉଥିବାରୁ ଭୋଟ ଗଣତିରେ ବିଳମ୍ବ ହେବ ବୋଲି ମୁଖ୍ୟନିର୍ବାଚନ ଅଧିକାରୀ କହିଛନ୍ତି । ଏଥିସହିତ ଅଧିକାରୀ ଆହୁରି ମଧ୍ୟ ସୂଚନା ଦେଇଛନ୍ତି ଆଜି ୧୨ ଟି ଜିଲ୍ଲାରେ ରିଟର୍ଣ୍ଣି ଅଫିସର ତାଲିମ ନେଉଛନ୍ତି । ସେହିଭଳି ଗତକାଲି ୧୪ ଟି ଜିଲ୍ଲାରେ ରିଟର୍ଣ୍ଣିଙ୍ଗ ଅଫିସରଙ୍କୁ ତାଲିମ ଦିଆଯାଇଥିଲା । ୫ ଟି ବୁଥରେ ବିଭିପାଟ ଗଣତି କରାଯିବ ।
ସୂଚନାଯୋଗ୍ୟ ପ୍ରଥମଥର ପାଇଁ ଭିବିପାଟ ଗଣତି କରାଯାଉଛି । ଗତକାଲି ଠାରୁ ୨୩ ତାରିଖରେ ହେବାକୁ ଥିବା ଭୋଟ ଗଣତି ପାଇଁ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ଗଣତି ବେଳେ କିଭଳି ବିଭ୍ରାଟ ହେବନାହିଁ ଏବଂ ସମ୍ପୂର୍ଣ୍ଣ ତୃଟିଶୂନ୍ୟ ଗଣତି ହେବ ସେନେଇ ଅଧିକାରୀ ମାନଙ୍କୁ ଟ୍ରେନିଂ ଦିଆଯାଉଛି । ଗୋଟିଏ ନିର୍ବାଚନ ମଣ୍ଡଳିରୁ ୫ ଟି ବୁଥରେ ଭିବିପାଟ ସହିତ ଇଭିଏମକୁ ମିଶାଯିବ ।
୬ ଦିନ ଧରି ୧୫ ରୁ ୨୦ ତାରିଖ ଯାଏଁ ତାଲିମ ଦିଆଯିବ । ଗୋଟିଏ ହଲରେ ବିଧାନସଭା ପାଇଁ ୭ ଟି ଟେବୁଲ ଓ ଲୋକସଭା ପାଇଁ ୭ ଟି ଟେବୁଲ ରହିବ । ଏକା ସାଙ୍ଗରେ ଉଭୟ ଲୋକସଭା ଓ ବିଧାନସଭା ପାଇଁ ଭୋଟ ଗଣତି ହେଉଥିବାରୁ ୪୦ ରାଉଣ୍ଡ ପର୍ଯ୍ୟନ୍ତ ଭୋଟ ଗଣତି ହେବ । ୧୫ରୁ ୧୮ ତାରିଖ ଯାଏ ଜିଲ୍ଲାସ୍ତରର ନିର୍ବାଚନ ଅଧିକାରୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି ।