ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଲିଙ୍ଗରାଜ ମନ୍ଦିର ସୌନ୍ଦର୍ଯ୍ୟ କରଣ ପାଇଁ ରାଜ୍ୟ ସରକାର ଯୋଜନା କରିବା ପରେ, ପ୍ରଶାସନ ପକ୍ଷରୁ ତତ୍ପରତା ଦେଖାଇ ମନ୍ଦିର ଚାରିପାଖରୁ ଉଚ୍ଛେଦ କରାଯାଇଥିଲା ।
ବର୍ତ୍ତମାନ ଲିଙ୍ଗରାଜ ମନ୍ଦିର ଚାରିପାଖରୁ କେତେ ଉଚ୍ଛେଦ କରାଯାଇଛି, ଜମି ହରାଇଥିବା ଜମି ମାଲିକମାନଙ୍କୁ କେତେ ଟଙ୍କା କ୍ଷତିପୂରଣ ଦିଆଯିବ ଏବଂ ମନ୍ଦିର ଚାରିପଟେ ରାସ୍ତାର ଚଉଡା କେତେ ରହିବ ସେ ନେଇ ଏକ ସର୍ଭେ କରାଯାଇଛି ।
ଏହି ସର୍ଭେ ପାଇଁ ୩ଟି ଟିମ ଗଠନ କରି ମନ୍ଦିର ଚାରିପଟ ସର୍ଭେ କରାଯାଇଛି । ଏହି ସର୍ଭେ ସମୟରେ ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ, ଅତିରିକ୍ତ ଜିଲ୍ଲାପାଳ ଅରୁଣ କୁମାର ବେହେରା, ବିଏମସି ଅତିରିକ୍ତ କମିଶନର ଅବନୀକାନ୍ତ ପଟ୍ଟନାୟକ, ବିଡିଏ ଅତିରିକ୍ତ କମିଶନର ହରୀଶ ନାୟକ ଏବଂ ମନ୍ଦିର ଭାରାପ୍ରାପ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଦୀପ କୁମାର ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।
ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀଙ୍କ ପ୍ରତିଶୃତି ଅନୁସାରେ ବଡୁ ନିଯୋଗ ନିକଟରେ ଏକ ମଣ୍ଡପ ଓ ବଢେଇବାଙ୍କ ଛକ ନିକଟରେ ଏକ ବୌଠକ ଗୃହ ନିର୍ମାଣ କରାଯିବ ।