ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପରିବେଶକୁ ସ୍ୱଚ୍ଛ ରଖିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ସ୍ୱଚ୍ଛତା ପକ୍ଷ ଦିବସ ପାଳିତ ହେଉଛି । ଆଜି ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଯୋଗ ଦେଇ ସ୍ୱଚ୍ଛତାର ବାର୍ତ୍ତା ଦେଇଛନ୍ତି ।
ଭୁବନେଶ୍ୱରର ଭରତପୁର ଏବଂ ସତ୍ୟନଗରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଥିଲେ ଯେ, ‘ସ୍ମାର୍ଟସିଟିରେ ବିଏମସି କିଭଳି କାମ କରୁଛି ତାହା ଜଣାପଡୁଛି । ଏକ ନମ୍ବର ସ୍ମାର୍ଟସିଟି ବୋଲି ଫମ୍ଫା ଆୱାଜ କରୁଛନ୍ତି ରାଜ୍ୟ ସରକାର’ ।
ଜୁଲାଇ ୧ ତାରିଖରୁ ୧୫ ତାରିଖ ଯାଏଁ ସାରା ଦେଶରେ ଏହି ସ୍ୱଚ୍ଛତା ପକ୍ଷ ଦିବସ ପାଳିତ ହେଉଛି ।