ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଭୟଙ୍କର ରୂପ ନେବାରେ ଲାଗିଛି । ଆଜି ଗୋଟାଏ ଦିନରେ ରାଜ୍ୟରେ ପାଞ୍ଚ ମୁଣ୍ଡ ନେଇଛି ମହାମାରୀ କରୋନା । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି ପାଇଛି । ତେବେ ଆଜି ରାଜଧାନୀରୁ ୨ ଜଣ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣଙ୍କର ମୃତ୍ୟୁ ହୋଇଛି । ଭୁବନେଶ୍ୱରରୁ ଜଣେ ୫୧ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ହୋଇଛି । ସେ କରୋନାରେ ଆକ୍ରାନ୍ତ ଥିଲେ । ଏହା ସହ । ସେ ପ୍ଲୁରାଲ୍ ଯକ୍ଷ୍ମା ରୋଗରେ ପୀଡିତ ଥିଲେ ।
Regret to inform that 5 Covid positive patients passed away while under treatment in hospital.
1. Male aged 51 years of Bhubaneswar, also suffering from Pleural Tuberculosis.
2. Male aged 64 years of Bhubaneswar, also suffering from Diabetes.
(1/2)— H & FW Dept Odisha (@HFWOdisha) July 4, 2020
ସେହିଭଳି ୬୪ ବର୍ଷ ବୟସ୍କ ଅନ୍ୟ ଜଣେ ପୁରୁଷ ମଧୁମେହ ରୋଗରେ ପୀଡିତ ଥିଲେ । ସେହିପରି ଗଞ୍ଜାମ ଜିଲ୍ଲାର ୫୦ ବର୍ଷ ବୟସ୍କ ପୁରୁଷ ଜଣଙ୍କ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ସେହିଭଲି ଗଞ୍ଜାମରୁ ଅନ୍ୟ ଦୁଇ ମୃତକ ୨୭ ବର୍ଷ ଏବଂ ୩୫ ବର୍ଷ ବୟସ୍କ ପୁରୁଷ ରହିଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୮ ହଜାର ୬୦୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ ହଜାର ୭୦୫ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୮୫୩ଟି ସକ୍ରିୟ କେସ୍ ରହିଛି ।
3. Male aged 50 years of Ganjam, also suffering from Diabetes and Hypertension.
4. Male aged 27 years of Ganjam.
5. Male aged 35 years of Ganjam.
(2/2)— H & FW Dept Odisha (@HFWOdisha) July 4, 2020