ବାଲେଶ୍ୱର(ଏଟିଆର ବ୍ୟୁରୋ): ଆଜି ରାଜ୍ୟର ୩ ଜଣ ସଚିବ ବାଲେଶ୍ୱର ଗସ୍ତ କରିଛନ୍ତି । ଜିଲ୍ଲାରେ ନିର୍ମାଣାଧୀନ କେତେକ ମେଗା ପ୍ରକଳ୍ପର ସ୍ଥିତି ସମୀକ୍ଷା କରିବେ ସଚିବ । ୫-ଞସଚିବଙ୍କ ସହିତ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର,ପୂର୍ତ୍ତି ବିଭାଗ ସଚିବ କିଷନ କୁମାର ପ୍ରମୁଖ ବାଲେଶ୍ୱର ଗସ୍ତରେ ଯିବେ ।
ଏହି ଅବସରରେ ଫକିର ମୋହନ ମେଡିକାଲ କଲେଜ ପରିଦର୍ଶନ କରିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ କୋଭିଡ ସ୍ଥିତିର ସମୀକ୍ଷା କରିବେ । ଏଥିସହ ଆଇଟିଆଇ ଛକରୁ ତାମୁଳିଆ ଓଭରବ୍ରିଜ ପର୍ଯ୍ୟନ୍ତ ସୈାନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିବେ । ଏହି ଗସ୍ତକୁ ନେଇ ଜିଲ୍ଲାର ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।