ପୁରୀ(ଏଟିଆର ବ୍ୟୁରୋ):ଦିଆସିଲି କାଠିରେ ଭାରତୀୟ ଯୁଦ୍ଧ ଟ୍ୟାଙ୍କ ତିଆରି କରି ସମସ୍ତଙ୍କୁ ଚକିତ କରିଛନ୍ତି ପୁରୀ କୁମ୍ଭାର ପଡାର ଯୁବଶିଳ୍ପୀ ଶାଶ୍ୱତ ରଞ୍ଜନ ଦାସ । ଶାଶ୍ୱତଙ୍କୁ ଏହି ଟ୍ୟାଙ୍କର ତିଆରି କରିବା ପାଇଁ ତାଙ୍କୁ ୬ ଦିନ ସମୟ ଲାଗିଥିଲା ବୋଲି ସେ କହିଛନ୍ତି । ଶାଶ୍ୱତଙ୍କ ଏଭଳି ଅଭିନବ ପ୍ରୟାସ ନେଇ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।
ଏହି ଯୁଦ୍ଧ ଟ୍ୟାଙ୍କରରେ ଶାଶ୍ୱତ ୨୨୫୬ ଟି ଦିଆସିଲି କାଠି ବ୍ୟବହାର କରିଛନ୍ତି । ଟ୍ୟାଙ୍କର ଉଚ୍ଚତା ୯ ଇଞ୍ଚ ହୋଇଥିବା ବେଳେ ଏହାର ଚଉଡା ୮ ଇଞ୍ଚ ରହିଛି । ବୀର ଯବାନ ମାନଙ୍କ ପାଇଁ ସେ ଏହି ଟ୍ୟାଙ୍କର ଟି ତିଆରି କରିଛନ୍ତି ବୋଲି କହିଛନ୍ତି । ପୂର୍ବରୁ ଶାଶ୍ୱତ ଦିଆସିଲି କାଠିରେ ଅନେକ କଳାକୃତି କରି ବହୁ ପ୍ରଶଂସା ଶାଉଁଟିଛନ୍ତି ।
ପୂର୍ବରୁ ଶାଶ୍ୱତ ନୂଆ ବର୍ଷ ପାଇଁ ଦିଆସିଲି କାଠିରେ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ତିଆରି କରି ଓଡିଶାର ରାଜ୍ୟପାଳଙ୍କୁ ଭେଟି ଦେଇଛନ୍ତି । ସୋସିଆଲ ମିଡିଆରେ ମଧ୍ୟ ତାଙ୍କ କଳାକୃତି ପାଇଁ ତାଙ୍କୁ ଢେର ପ୍ରଶଂସା କରାଯାଇଛି । ଏକ ନିଆରା ଶୈଳୀରେ ସେ ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏହି ଟ୍ୟାଙ୍କ ତିଆରି କରିଛନ୍ତି ।