ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବାରମ୍ବାର ଶିଶୁ ନିର୍ଯାତନା ଘଟଣା ସମ୍ନାକୁ ଆସିବା ପରେ, ଏବେ ଏହି ଶିଶୁ ନିର୍ଯାତନାକୁ ରୋକିବା ପାଇଁ ଓଡିଶା ପୋଲିସ ପକ୍ଷରୁ ଆରମ୍ଭ ହୋଇଛି ‘ପରୀ ଏକ୍ସ ପ୍ରେସ୍’ । ଓଡିଶାର ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ସବୁଜ ପତକା ଦେଖାଇ ଏହି ଅଭିନବ ପ୍ରୟାସର ଶୁଭାରମ୍ଭ କରିଛନ୍ତି ।
ଓଡିଶା ପୋଲିସ ଏବଂ ୟୁନିସେଫର ମିଳିତ ସହଯୋଗରେ ୧୫ ଦିନ ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ୩୦ ଜିଲ୍ଲାକୁ ସଚେତନତାର ବାର୍ତ୍ତା ଦିଆଯିବ । ପ୍ରତ୍ୟେକ ଜିଲ୍ଲାର ଏସପି ଏବଂ ଜିଲ୍ଲାପାଳ ଏହି କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିବେ ।