ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ରେଳ ଯାତ୍ର ସମୟରେ ଆବଶ୍ୟକ ଜିନିଷ ଠାରୁ ଅଧିକ ଜିନିଷ ନେଇ ଯାତ୍ରା କଲେ, ଜରିମାନା ଦେବାକୁ ପଡିବ ବୋଲି ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା । କିନ୍ତୁ ଏବେ ଏହି ନିଷ୍ପତିକୁ ଫେରାଇ ନିଆ ଯାଇଛି ।ଏନେଇ ରେଳ ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, ଏହା କେବଳ ଯାତ୍ରୀମାନଙ୍କୁ ଜାଗୃତ କରାଇବା ପାଇଁ ଏହି ନିଷ୍ପତି ନିଆ ଯାଇଥିଲା ।
ଜୁନ୍ ୧ତାରିଖରୁ ୬ ପର୍ଯ୍ୟନ୍ତ ରେଳ ବିଭାଗ ପକ୍ଷରୁ ଏହି ଅଭିଯାନ ପରିଚାଳିତ କରାଯାଇ ଅତିରିକ୍ତ ଜିନିଷ ଉପରେ ଜରିମାନା ଲାଗୁ କରାଯାଇଥିଲା । ବିନା ବୁକିଂରେ ଆବଶ୍ୟକତା ଠାରୁ ଅଧିକ ଜିନିଷ ଉପରେ ୬ଗୁଣା ଜରିମାନ ନିଆ ଯିବ ବୋଲି ରେଳ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିଲା ।
ଏନେଇ ରେଳ ବିଭାଗର ପ୍ରବକ୍ତା ରାଜେଶ ବାଜପେୟୀଙ୍କ କହିବାନୁଯାୟୀ, ଏହି ଅଭିଯାନ କେବଳ ଲୋକମାନଙ୍କୁ ଜାଗୃତ କରିବାକୁ ହୋଇଥିଲା କି ଅଧିକ ମାତ୍ରାରେ ଜିନିଷ ନେଇ ଯାତ୍ରା କରିବା ଦ୍ୱାରା ଅନ୍ୟ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।