ୱାଶିଂଟନ୍,(ଏଜେନ୍ସି): ମହିଳା ଓ ପର୍ଣ୍ଣଷ୍ଟାରଙ୍କ ସହ ଆମେରିକା ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଥିବା ସମ୍ପର୍କର ତାଲିକା ଧୀରେଧୀରେ ଲମ୍ବିବାରେ ଲାଗିଛି । ପୂର୍ବରୁ ଦୁଇଜଣ ପର୍ଣ୍ଣଷ୍ଟାର ଡୋନାଲଡ୍ ସହ ସେମାନଙ୍କର ଶାରୀରିକ ସମ୍ପର୍କ ଥିବା କହିଥିବା ବେଳେ ଏବେ ଆଉ ଜଣେ ପ୍ଲେ ବୟ ମ୍ୟାଗାଜିନରେ ପୂର୍ବତନ ମଡେଲ୍ ଟ୍ରମ୍ପଙ୍କ ନାଁରେ ସମାନ ଅଭିଯୋଗ ଆଣିଛନ୍ତି । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଟ୍ରମ୍ପ ନିଜ ଝିଅ ଇଭାଙ୍କାଙ୍କ ସହ ମଧ୍ୟ ସେକ୍ସ କରିଥିବା ଉକ୍ତ ମଡେଲ୍ ଜଣଙ୍କ ଅଭିଯୋଗ କରିବା ପରେ ଏହାକୁ ନେଇ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି ।
ମଡେଲଙ୍କ ଅଭିଯୋଗ ଅନୁଯାୟୀ ଟ୍ରମ୍ପ ଉକ୍ତ ମହିଳାଙ୍କ ସହ ସେକ୍ସ କରିବା ପରେ ତାଙ୍କୁ ନିଜ ଝିଅ ଇଭାଙ୍କା ଟ୍ରମ୍ପଙ୍କ ଭଳି ସୁନ୍ଦରୀ ବୋଲି କହିଥିଲେ । ଅର୍ଥାତ ଟ୍ରମ୍ପ ମଧ୍ୟ ନିଜ ଝିଅ ସହ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଏହି ବୟାନ ପରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ମଡେଲ୍ କାରେନ ମ୍ୟାକ୍ଡୋଉଗଲ ଅଭିଯୋଗ କରିଛନ୍ତି ସେ ପ୍ରଥମଥର ପ୍ଲେ ବୟ ପକ୍ଷରୁ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଟ୍ରମ୍ପଙ୍କୁ ସାକ୍ଷାତ କରିଥିଲେ । ଏହାପରେ ଟ୍ରମ୍ପ ତାଙ୍କ ସହ ସେକ୍ସ କରିଥିଲେ । ସେକ୍ସ କରିବା ପରେ ଟ୍ରମ୍ପ କାରେନଙ୍କୁ ଟଙ୍କା ଦେଇଥିଲେ କିନ୍ତୁ ଏହା ତାଙ୍କୁ ଖରାପ ଲାଗିଥିଲା । ଏହାପରେ ସେ ଏହାକୁ ନେବାକୁ ମନା କରିଦେଇଥିଲେ ।
ତେବେ ସେକ୍ସ ପରେ ଟ୍ରମ୍ପ ମଡେଲ୍ କାରେନଙ୍କ ସହ କ’ଣ ଆଲୋଚନା କରିଥିଲେ, ସେ ସଂକ୍ରାନ୍ତରେ ବିସ୍ତୃତ ତଥ୍ୟ ଦେବାକୁ ଯାଇ ସେ କହିଛନ୍ତି “ ଆପଣ ଜାଣିଛନ୍ତି ଟ୍ରମ୍ପ ନିଜ ଝିଅ ଇଭାଙ୍କାଙ୍କୁ ନେଇ ଗର୍ବ କରନ୍ତି । ଟ୍ରମ୍ପ ଇଭାଙ୍କାକୁ ବହୁତ ଭଲ ମଧ୍ୟ ପାଆନ୍ତି । କିନ୍ତୁ ସେ ମୋ ସହ ସେକ୍ସ କରିବା ପରେ ମତେ ଇଭାଙ୍କାଙ୍କ ସହ ତୁଳନା କରିଥିଲେ । ଇଭାଙ୍କା ଭଳି ମୁଁ ଅତି ସୁନ୍ଦର ବୋଲି ଟ୍ରମ୍ପ କହିଥିଲେ । ମୁଁ ପୂର୍ବରୁ ଶୁଣିଥିଲି ଟ୍ରମ୍ପ ନିଜ ଝିଅ ଇଭାଙ୍କାଙ୍କ ସହ ସେକ୍ସ କରନ୍ତି । କିନ୍ତୁ ଏକଥାକୁ ବିଶ୍ୱାସ କରୁ ନଥିଲି । ହେଲେ ସେ ଦିନ ସେ ମତେ ଇଭାଙ୍କାଙ୍କ ସହ ତୁଳନା କରିବା ପରେ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି ।”
ତେବେ କାରେନଙ୍କ ଏପରି ଅଭିଯୋଗକୁ ହ୍ୱାଇଟ୍ ହାଉସ୍ ପକ୍ଷରୁ ଖଣ୍ଡନ କରାଯାଇଛି । କାରନେ୍ଙ୍କ ସହ ଟ୍ରମ୍ପଙ୍କର କୌଣସି ସମ୍ପର୍କ ନଥିଲା ବୋଲି କୁହାଯାଇଛି । ଖାଲି ସେତିକି ନୁହେଁ ପୂର୍ବରୁ ପର୍ଣ୍ଣଷ୍ଟାର ଷ୍ଟର୍ମି ଡିନିଏଲ୍ ମଧ୍ୟ ଟ୍ରମ୍ପଙ୍କ ସହ ଶାରୀରିକ ସମ୍ପର୍କ ରଖି ଥିବା ନେଇ ଯେଉଁ ଅଭିଯୋଗ କରିଥିଲେ, ହ୍ୱାଇଟ୍ ହାଉସ୍ ଏହାକୁ ମଧ୍ୟ ଖଣ୍ଡନ କରିଛି ।