ଭୁବନେଶ୍ୱର (ଏଟିଆର ବ୍ୟୁରୋ): ବଙ୍ଗୋପସାଗରରେ ସକ୍ରିୟ ରହିଛି ଲଘୁଚାପ । ଏହାର ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା । ବିଭିନ୍ନ ସ୍ଥାନରେ ହେଉଛି ତୁହାକୁ ତୁହା ବର୍ଷା । ଆଜି ମଧ୍ୟ ରାଜ୍ୟରେ ବର୍ଷା ହେବ ।
ମୁଖ୍ୟତଃ ବରଗଡ, ବଲାଙ୍ଗୀର, ସମ୍ବଲପୁର, ନୂଆପଡା, ଝାରସୁଗୁଡା, ସୁନ୍ଦରଗଡ ଏବଂ ଦେବଗଡ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।
ସେହିପରି ୨୨ ତାରିଖରେ ମଧ୍ୟ ଉତ୍ତର ଓଡିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।