ଭୁବନେଶ୍ୱର (ଏଟିଆର ବ୍ୟୁରୋ); ମାଡି ଆସୁଛି ସାମୁଦ୍ରିକ ଝଡ ‘ଫୋନି’ । ରାଜ୍ୟରେ ଦୁଇ ଦିନରୁ ତିନଦିନ ଏହାର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଣୁ ଲୋକମାନେ ଦୁଇ ତିନିଦିନ ପାଇଁ ଶୁଖିଲା ଖାଦ୍ୟ ସାଙ୍ଗକୁ ରନ୍ଧା ଖାଦ୍ୟ ପାଇଁ ପରିବା ରଖୁଛନ୍ତି । ତେବେ ବାତ୍ୟାକୁ ଦୃଷ୍ଟିରେ ରଖି ପରିବାର ଦର ଆକାଶ ଛୁଆଁ ହୋଇଥିବା ଶୁଣିବାକୁ ମିଳିଛି । ସବୁ ପରିବାର ଦର ଦୁଇଦିନେ ପୂବେ ଯେତିକି ଥିଲା ତାଠାରୁ ଡବଲ ହୋଇଛି ।
ଦୁଇ ଦିନ ପୂବେ ଆଳୁ ଦର ୧୦ରୁ ୧୨ ଟଙ୍କା ଥିବା ବେଳେ ଏବେ ଏହା ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଛି । ସେପଟେ ଟମାଟେ କିଲୋପ୍ରତି ୪୦ ଟଙ୍କା ହୋଇଛି । ବାକି ପରିବା କଥା ନକହିବା ଭଲ । ବଜାରରେ ମିଳୁଥିବା ସବୁ ପରିବାର ଦର ଏଭଳି ଆକାଶ ଛୁଆଁ ହୋଇଛି । ଯାହାକି ସାଧାରଣ ପକ୍ଷରେ କିଣିବା ସହଜ ହେବ ନାହିଁ । ତଥାପି ବାତ୍ୟାକୁ ଦୃଷ୍ଟିରେ ରଖି ସାଧାରଣ ଲୋକ ଦୁଇ ତିନି ଦିନ ପାଇଁ ପରିବା କିଣି ନେଉଛନ୍ତି ।
ରେଟ ଅଧିକ ହେଲେ ସୁଦ୍ଧା ହାଟରେ ଲାଗିଛି ଲୋକଙ୍କ ଭିଡ । ଭୁବନେଶ୍ୱର ଏକ ନମ୍ବର ହାଟରେ ସକାଳୁ ଅପରାହ୍ନ ପର୍ଯ୍ୟନ୍ତ ରହିଛି ରଥଯାତ୍ରା ଭଳି ଭିଡ । ଗତକାଲି ରାତିରେ ରାଜଧାନୀର ବିଭିନ୍ନ ହାଟରେ ଲୋକ ରାତି ୧୨ଟା ପର୍ଯ୍ୟନ୍ତ ପରିବା କିଣୁଥିବା ଦେଖିବାକୁ ମିଳିଥିଲା । ତେବେ ସବୁ ଲୋକ ଆବଶ୍ୟକତାଠାରୁ ଅଧିକ ପରିବା କିଣୁଛନ୍ତି ।ଯାହା ଫଳରେ ମାର୍କେଟରେ ସଷଯଜ ହେଉଛି । ଏଣୁ ପରିବା ଦର ବଢ଼ିବାରେ ଲାଗିଛି ବୋଲି ବେପାରିମାନେ ମତ ଦେଇଛନ୍ତି ।