ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଚଳିତବର୍ଷ ଜୁନ୍ ୩୦ ରୁ ଅମରନାଥ ଯାତ୍ରା ଆରମ୍ଭ ହୋଇ ଆସନ୍ତା ଅଗଷ୍ଟ ୨୦୨୨ ରକ୍ଷାବନ୍ଧନ ଦିନ ଶେଷ ହେବ । ହିମାଳୟର ଦୁର୍ଗମ ପର୍ବତ ମଧ୍ୟରେ ଅବସ୍ଥିତ ଅମରନାଥ ଧାମ ।
ଭାରତୀୟ ସଂସ୍କୃତିର ପ୍ରସିଦ୍ଧ ତୀର୍ଥ ଯାତ୍ରା ମଧ୍ୟରେ ବାବା ଅମରନାଥଙ୍କ ଯାତ୍ରା ଖୁବ୍ ମହତ୍ୱପୂର୍ଣ୍ଣ । ମାନ୍ୟତା ରହିଛି କି ଯେଉଁ ଭକ୍ତ ଶୁଦ୍ଧ ମନରେ ଗୁମ୍ପାରେ ଥିବା ବରଫ ଶିବଲିଙ୍ଗଙ୍କୁ ଦର୍ଶନ କରନ୍ତି ତାଙ୍କୁ ଜନ୍ମ ମୃତ୍ୟୁର ବନ୍ଧନରୁ ମୁକ୍ତି ମିଳିଥାଏ । ଭଗବାନ ଶିବ ଏହି ଗୁମ୍ପାରେ ମାତା ପାର୍ବତୀଙ୍କୁ ଅମୃତ୍ୱର ରହସ୍ୟ ବିଷୟରେ କହିଥିଲେ ସେଥିପାଇଁ ଏହି ଗୁମ୍ପାକୁ ଅମରନାଥ ଗୁମ୍ପା ବୋଲି କୁହାଯାଏ ।
ଅମରନାଥ ଧାମର ରହସ୍ୟ:
– ଏହା ଦୁନିଆର ଏକମାତ୍ର ଶିବଲିଙ୍ଗ । ଯାହା ଚନ୍ଦ୍ରମାଙ୍କ ଆଲୋକ ଆଧାରରେ ବଢିଥାଏ ଏବଂ କମିଥାଏ । ପ୍ରତ୍ୟେକ ବର୍ଷ ଶ୍ରାବଣ ଶୁକ୍ଲ ପକ୍ଷ ପୂର୍ଣ୍ଣିମାରେ ଶିବଲିଙ୍ଗ ପୁରା ହୋଇଥାଏ ।
– ଏହି ଗୁମ୍ପାରେ ପ୍ରତ୍ୟେକ ବର୍ଷ ବରଫ ଶିବଲିଙ୍ଗ ପ୍ରାକୃତିକ ରୂପେ ସୃଷ୍ଟି ହୋଇଥାଏ ।
– ଏହି ବଡ ବରଫ ଶିବଲିଙ୍ଗ ନିକଟରେ ଆଉ ଦୁଇଟି ଛୋଟ ବରଫ ଶିବଲିଙ୍ଗ ସୃଷ୍ଟି ହୋଇଥାଏ । କୁହାଯାଏ କି ଏହି ଦୁଇଟି ଶିବଲିଙ୍ଗ ମାତା ପାର୍ବତୀ ଏବଂ ଭଗବାନ ଗଣେଶଙ୍କ ପ୍ରତୀକ ।
– ମାନ୍ୟତା ରହିଛି କି ଶିବ-ପାର୍ବତୀଙ୍କ ଅମରକଥା ଶୁଣି ଅମର ଥିବା ଯୋଡା ପାରା ସେଠାରେ ଏବେ ବି ଦେଖିବାକୁ ମିଲେ ।