ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୋଳାନାଥଙ୍କ ପ୍ରସନ୍ନ କରିବା ପାଇଁ ନିଷ୍ଠାର ଆବଶ୍ୟକତା ରହିଛି । ଯଦି କୌଣସି ଭକ୍ତ ନିଷ୍ଠାର ସହ ଢାଳେ ଜଳ ମହାଦେବଙ୍କଠାରେ ଅର୍ପଣ କରନ୍ତି ତେବେ ଭଗବାନ ବହୁତ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି । ସୋମବାର ହେଉଛି ଭଗବାନ ଭୋଳାନାଥଙ୍କ ବାର । ଜ୍ୟୋତିଷଶାସ୍ତ୍ର ଅନୁସାରେ ସୋମବାର କିଛି ଉପାୟ କରିବା ଦ୍ୱାରା ମହାଦେବ ପ୍ରସନ୍ନ ହୋଇ ଶୁଭଫଳ ପ୍ରଦାନ କରିଥାନ୍ତି । ସେଥିପାଇଁ ଆସନ୍ତୁ ଜାଣିବା ଶିବଙ୍କୁ ପ୍ରସନ୍ନ କରିବା ପାଇଁ ସୋମବାର କେଉଁ ଉପାୟ କରିବା ଉଚିତ୍ ।
ଜ୍ୟୋତିଷଶାସ୍ତ୍ର ଅନୁସାରେ ସୋମବାର ଦିନ ଉତ୍ତର ଦିଗକୁ ମୁହଁ କରି ଭଗବାନ ଶିବଙ୍କୁ ପୂଜା କରିବା ଉଚିତ୍ । ପ୍ରତ୍ୟେକ ସୋମବାର ନିୟମିତ ରୂପେ ଶିବଙ୍କ ପଞ୍ଚାକ୍ଷରୀ ମନ୍ତ୍ର ଓଁ ନମଃ ଶିବାୟ ଜପ କରିବା ଉଚିତ୍ । ଆପଣ ଆପଣଙ୍କ କ୍ଷମତାନୁସାରେ ୨୧, ୫୧ ବା ୧୦୮ ଥର ଜପି ପାରିବେ । ଏହାଦ୍ୱାରା ଭଗବାନ ଶିବ ବହୁତ ପ୍ରସନ୍ନ ହୋଇଥାନ୍ତି ।
ସୋମବାର ଦିନ ଖୀରରେ ସାକର ମିଶାଇ ଶିବଲିଙ୍ଗ ଅଭିଶେଖ କରିବା ଦ୍ୱାରା ମାନସିକ ଚିନ୍ତା ରୁ ମୁକ୍ତି ମିଳିଥାଏ । ସେହିପରି ସୋମବାର ଦିନ ପଞ୍ଚାମୃତରେ ଅଭିଶେଖ କରିବା ଉଚିତ୍ । କିନ୍ତୁ ଶିବଙ୍କ ଅଭିଶେଖ ପାଇଁ ବ୍ୟବହାର ହେବାକୁ ଥିବା ପଞ୍ଚାମୃତରେ ତୁଳସୀ ପକାଇବା ଉଚିତ୍ ନୁହେଁ । ଶିବଙ୍କ ପୂଜାରେ ତୁଳସୀ ବ୍ୟବହାର କରାଯାଏ ନାହିଁ । ପଞ୍ଚାମୃତରେ ଅଭିଶେଖ କରିବା ଦ୍ୱାରା ବ୍ୟକ୍ତିଙ୍କୁ ବିଭିନ୍ନ ରୋଗରୁ ମୁକ୍ତି ମିଳିଥାଏ ।
ସୋମବାର ଦିନ ଉତ୍ତର ଦିଗ ଆଡକୁ ମୁହଁ କରି ଭଗବାନ ଶିବଙ୍କ ‘ଶିବ ରକ୍ଷା ସ୍ର୍ତ୍ରୋତ’ ପାଠ କରିବା ଉଚିତ୍ । ଏହାଦ୍ୱାରା ଜାତକରେ ଥିବା ଭୟ ଦୂର ହୋଇଥାଏ । ଏହାସହିତ ଆତ୍ମବିଶ୍ୱାସ ବୃଦ୍ଧି ହୋଇଥାଏ ।
ସୋମବାର ଶିବଙ୍କ ସହିତ ଚନ୍ଦ୍ରମାଙ୍କ ଦିନ ବୋଲି ମଧ୍ୟ କୁହାଯାଏ । ସେଥିପାଇଁ ଏହି ଦିନ ଚନ୍ଦ୍ରଶଖର ସ୍ତୋତ୍ର ପାଠ କରିବା ଉଚିତ୍ । ଏହାଦ୍ୱାରା ଜାତକରେ ଚନ୍ଦ୍ରମା ସ୍ଥିତି ମଜବୁତ ହୋଇଥାଏ ।