ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଆଜି ସାରା ଦେଶ ପାଳୁଛି ଇଦ-ଉଲ-ଅଦହା । ଏହା ମୁସଲମାନ ସମ୍ପ୍ରଦାୟର ପ୍ରମୁଖ ପର୍ବ । ଇଦ-ଉଲ-ଫିତର ପରେ ଏହା ମସଲମାନ ମାନଙ୍କ ଦ୍ୱିତୀୟ ବଡ ପର୍ବ । ଏହି ଅବସରରେ ସକାଳ ୬ଟାରୁ ମସଜିଦ୍ ରେ ନମାଜ ପାଠ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ କରୋନା ପାଇଁ କଟକଣ ଜାରି କରାଯାଇଛି । ମସଜିଦ ଭିତରକୁ କେବଳ ସୀମିତ ସଂଖ୍ୟକ ଲୋକଙ୍କୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଛି । ଏହି ଅବସରରେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ନେତା ମାନେ ଇଦ ମୁବାରକ ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି କି, ଇଦ୍ ମୁବାରକ । ଇଦ-ଉଲ-ଅଦହା ଅବସରରେ ହାର୍ଦ୍ଧିକ ଶୁଭକାମନା । ଆଜିର ଦିନ ସମାଜର ଉନ୍ନତି ପାଇଁ ସାମୂହିକ ସହାନୁଭୂତି, ସଦଭାବ ଏବଂ ସମାବେଶ ଭବନାକୁ ଆଗକୁ ବଢାଉ ।
ସେହିପରି ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ଇଦ-ଉଲ-ଅଦହା ଅବସରରେ ଦେଶବାସୀଙ୍କୁ ମୁବାରକ ଜଣାଇଛନ୍ତି ।