ପୁରୀ (ଏଟିଆର ବ୍ୟୁରୋ) ; ଏମାର ମଠ ଉପରେ ରହି ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇଥିବା ୮ ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଅଟକ କରିଛି ସିଂହଦ୍ୱାର ଥାନା ପୋଲିସ । ନୋ ଫ୍ଲାଇଙ୍ଗ ଜୋନରେ ଡ୍ରୋନ ଉଡାଉଥିବା କାରଣରୁ ଡ୍ରୋନକୁ ମଧ୍ୟ ଜବତ କରିଛି ପୋଲିସ ।
ହିନ୍ଦୁ ଧର୍ମରେ କୋଟି କୋଟି ଲୋକଙ୍କ ଭଗବାନ ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ବଡ ଦେଉଳ ହେଉଛି ଏକ ପବିତ୍ର ସ୍ଥଳି । ଶ୍ରୀମନ୍ଦିର ପରିସର ନୋ ଫ୍ଲାଇଙ୍ଗ ଜୋନ ଥିବା ସତ୍ୱେ ବାରମ୍ବାର ଏଠାରେ ଅଣ ଓଡିଆ ମାନେ କିଛି ଅଘଟଣ ଘଟାଉଛନ୍ତି । ନିକଟରେ ଅଭିଜିତ ଆୟାର ଜଗନ୍ନାଥଙ୍କ ସମ୍ପର୍କରେ ବିବାଦୀୟ ମନ୍ତବ୍ୟ ଦେଇ ଏବେ ଜେଲରେ ଅଛନ୍ତି । ପୁଣି ଏଭଳି ଏକ ଅଘଟଣ ଲକ୍ଷ ଲକ୍ଷ ଜଗନ୍ନାଥ ପ୍ରେମୀଙ୍କ ମନରେ ଆଘାତ ଦେଉଛି ବା ଭାବ ବେଗ ସହ ଖେଳିବା ପରି ମନେ ହେଉଛି ।