ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରବିବାର ହେଉଛି ସୂର୍ଯ୍ୟଦେବତାଙ୍କ ବାର । କୁହାଯାଏ ଯଦି ଭଗବାନ ସୂର୍ଯ୍ୟଙ୍କ କୃପା ଲାଭ ହୁଏ ତେବେ ବ୍ୟକ୍ତିଙ୍କ ଜୀବନରେ ସମସ୍ତ ସଙ୍କଟ ଦୂର ହୋଇଯାଏ । ରବିବାର ଦିନ ସୂର୍ଯ୍ୟଦେବଙ୍କ ପୂଜା,ଜଳ ଦ୍ୱାରା ଅର୍ଘ୍ୟ ତଥା ସୂର୍ଯ୍ୟ ମନ୍ତ୍ରୀ ଜପିବାର ବିଶେଷ ମହତ୍ୱ ରହିଛି । ସୂର୍ଯ୍ୟ ଦେବତା ହେଉଛନ୍ତି ଅସୀମ ଶକ୍ତି ସ୍ରୋତ । ସେଥିପାଇଁ ରବିବାର ଦିନ ୧୦୮ ଥର ସୁର୍ଯ୍ୟମନ୍ତ୍ର ଜପିବା ଦ୍ୱାରା ଜୀବନରେ ଲାଭପ୍ରାପ୍ତି ହୋଇଥାଏ । ଏହାସହିତ ସମସ୍ତ ମନସ୍କାମନା ପୂରଣ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସୂର୍ଯ୍ୟଙ୍କୁ କୃପା ଲାଭ ପାଇଁ କେଉଁ ଉପାୟ କରିବା ଉଚିତ୍ ।
– ରବିବାର ଦିନ ସୂର୍ଯ୍ୟଦେବଙ୍କୁ ଜଳ ଲାଲ କିମ୍ବା ଗୋଲାପି ଫୁଲ ଅର୍ପଣ କରନ୍ତୁ ।
– ଓଁ ହ୍ରାଂ ହିଂ୍ର ହ୍ରୌ ସଃ ମନ୍ତ୍ର ଜପନ୍ତୁ ।
– ଗୁଡ ସେବନ କରନ୍ତୁ ।
– ଲାଲ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ କିମ୍ବା ଲାଲ ରଙ୍ଗର ରୁମାଲ ପାଖରେ ରଖନ୍ତୁ ।
– ସୂର୍ଯ୍ୟଦେବଙ୍କ ସରଳ ମନ୍ତ୍ର ହେଉଛି ‘ଓଁ ଘୃଣିଂ ସୂର୍ଯ୍ୟଃ ଆଦିତ୍ୟଃ’ କୁ ୧୦୮ ଥର ଜପନ୍ତୁ ।
– ଶୁଦ୍ଧ ଉଚ୍ଚାରଣ କରି ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।