ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହିନ୍ଦୁ ଧର୍ମରେ ମଙ୍ଗଳବାର ଦିନ ଭଗବାନ ହନୁମାନଙ୍କୁ ପୂଜା କରିବାର ବିଧି ରହିଛି । ତାଙ୍କୁ ସଙ୍କଟମୋଚନ,ପବନପୁତ୍ର ହନୁମାନ, ବଜରଙ୍ଗୱାଲି, ମହାବୀର ନାମରେ ଜଣା ଯାଇଥାଏ । ସଚ୍ଚା ଓ ଶ୍ରଦ୍ଧା ମନରେ ତାଙ୍କ ପୂଜା-ପାଠ ବ୍ରତ କରିବା ଦ୍ୱାରା ସେ ଭକ୍ତଙ୍କ ଉପରେ ପ୍ରସନ୍ନ ହୋଇ ସମସ୍ତ ଦୁଃଖ ଦୂର କରନ୍ତି । ତେବେ ଆସନ୍ତା ଜାଣିବା ମଙ୍ଗଳବାର ଦିନ କାହିଁକି ହନୁମାନଙ୍କୁ ପୂଜା କରାଯାଏ ।
ସ୍କନ୍ଦପୁରାଣ ଏବଂ ଅନ୍ୟ ଗ୍ରନ୍ଥ ଅନୁସାରେ ମଙ୍ଗଳବାର ହନୁମାନଙ୍କ ଜନ୍ମ ହୋଇଥିଲା । ସେଥିପାଇଁ ମଙ୍ଗଳବାର ହନୁମାନଙ୍କୁ ସମର୍ପିତ କରାଯାଇଛି । ଭକ୍ତଙ୍କ ସମସ୍ତ କଷ୍ଟ ଓ ସଙ୍କଟ ଦୂର କରିଥାନ୍ତି ହନୁମାନ ସେଥିପାଇଁ ତାଙ୍କୁ ସଙ୍କଟମୋଚନ ନାମରେ ମଧ୍ୟ ଜଣା ଯାଇଥାଏ । ବିଶ୍ୱାସ ରହିଛି କି ମଙ୍ଗଳବାର ଦିନ ସୁନ୍ଦରକାଣ୍ଡ ଏବଂ ହନୁମାନ ଚାଳିଶା ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କୁ ଶୁଭ ଫଳ ପ୍ରାପ୍ତି ହୋଇଥାଏ । ଏହାସହିତ ସମସ୍ତ ମନସ୍କାମନା ପୁରଣ ହୋଇଥାଏ ।