ଏଟିଆର ବ୍ୟୁରୋ: ସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ସୁବାଷିତ ଜଳରେ ସ୍ନାନ କରି ଜ୍ୱରରେ କମ୍ପୁଛନ୍ତି ଶ୍ରିଜିଉ । ଅଣସର ଘରେ ଚାଲିଛି ଶ୍ରୀଜିଉଙ୍କ ଗୁପ୍ତ ଚିକିତ୍ସା । ଦଇତାପତି ସେବାୟତମାନେ ଶ୍ରୀବିଗ୍ରହଙ୍କ ଗୁପ୍ତ ସେବାରେ ଲାଗି ପଡିଛନ୍ତି । ଶ୍ରୀବିଗ୍ରହଙ୍କୁ ଲାଗି ହେଉଛି ଓଷ ।
ପଞ୍ଚମୀ ତିଥିରେ ଫୁଲୁରି ତେଲ ଲାଗି ହେବା ପରେ ଷଷ୍ଠୀରୁ ଆରମ୍ଭ ହୋଇଛି ଓଷ ଲାଗି । ଦଶମୀ ତିଥିରେ ଚକ ବିଜେ ସହ ଦଶମୂଳମୋଦକ ଲାଗୁ କରାଯିବ । ସେହିପରି ଏକାଦଶୀରେ ଖଳୀଲାଗି, ଦ୍ୱାଦଶୀରେ ରାଜପ୍ରସାଦ ବିଜେ, ତ୍ରୟୋଦଶୀରେ ଘଣାଲାଗି କରାଯିବ । ଚିକିତ୍ସା ପପରେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଶ୍ରୀବିଗ୍ରହ ।