ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଚାଲିଛି ଧର୍ମ ମାସ କାର୍ତ୍ତିକ । ଏହି ମାସର ବିଶେଷ ମହତ୍ୱ ରହିଛି । ଭଗବାନ ବିଷ୍ଣୁଙ୍କର ଏହା ପ୍ରିୟ ମାସ । ଏହି ମାସରେ କେବଳ ପୂଜା-ପାଠ, ସ୍ନାନ, ଦାନ ହୋଇଥାନଥାଏ ବରଂ ପାପ ନାଶ, ସୁଖ-ସୌଭାଗ୍ୟ ଏବଂ ଧନ ବୃଦ୍ଧି ହୋଇଥାଏ । କାର୍ତ୍ତିକ ମାସରେ କିଛି ବିଶେଷ କାର୍ଯ୍ୟ କରିବା ଉଚିତ୍ । ତେବେ ଆସନ୍ତୁ ଜାଣିବା ଏହି ମାସରେ କଣ କରିବେ ଆଉ କଣ ନକରିବେ ।
କଣ କରିବେ:
– ମାସ ସାରା ବ୍ରହ୍ମ ମୁହୁର୍ତ୍ତରେ ପବିତ୍ର ନବଦୀରେ ସ୍ନାନ କରିବାର ବିଧି ରହିଛି । କୁହାଯାଏ କି ଏହି ମାସରେ ଜଳରେ ନିବାସ କରିଥାନ୍ତି ଶ୍ରୀହରି । ଯଦି ଆପଣ ନଦୀରେ ସ୍ନାନ ନ କରିପାରନ୍ତି ତେବେ ଘରେ ସ୍ନାନ ଜଳେ ନଦୀ ଜଳ ମିଶାଇ ସ୍ନାନ କରନ୍ତୁ ।
– କାର୍ତ୍ତିକ ମାସରେ ସନ୍ଧ୍ୟାରେ ବୃନ୍ଦାବତୀ ମୂଳେ ଘିଅ ଦୀପ ଜଳାନ୍ତୁ । ଏହାଦ୍ୱାରା ସୌଭାଗ୍ୟ ବୃଦ୍ଧି ହୋଇଥାଏ ।
– ଏହି ମାସରେ ଶାଳଗ୍ରାମ ପୂଜା କରିବା ଉଚିତ୍ । ଏହାସହିତ ଗୀତା ପାଠ କରିବା ଉଚିତ୍ । ଏହାଦ୍ୱାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ବୋଲି ବିଶ୍ୱାସ ରହିଛି ।
– କାର୍ତ୍ତିକ ମାସରେ ଗରିବ ଲୋକଙ୍କୁ ଦାନ କରିବା ଶୁଭ ହୋଇଥାଏ ।
– ଏହାସହିତ କାର୍ତ୍ତିକ ମାସରେ ଦୀପଦାନର ବିଶେଷ ମହତ୍ୱ ରହିଛି ।
କଣ ନକରିବ:
– କାର୍ତ୍ତିକ ମାସରେ ବ୍ରହ୍ମଚର୍ଯ୍ୟା ପାଳନ କରିବା ଉଚିତ୍ ।
– କାର୍ତ୍ତିକ ମାସରେ ନିରାମିଷ ଭୋଜନ କରିବା ଉଚିତ୍ ଆମିଷ ଭୋଜନ କରିବା ଉଚିତ୍ ନୁହେଁ ।