ପୁରୀ (ଏଟିଆର ବ୍ୟୁରୋ): କରୋନା ପାଇଁ ଦୀର୍ଘ ୯ ମାସ ପରେ ଶ୍ରୀମନ୍ଦିର ଖୋଲିବା ପରେ ଏବେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ସିଫ୍ଟ ଅନୁଯାୟୀ ୱାର୍ଡ ୱାରୀ ହିସାବରେ ଚାଲିଛି ଦର୍ଶନ । ଏହାସହିତ ପୁରୀରେ ରହୁଥିବା ଭଡାଟିଆ ମାନେ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ ପାଇଁ ସୁଯୋଗ ପାଇଛନ୍ତି ।
ସେହିପରି ଆଜି ୪ ଟା ଯାଏଁ ମହାପ୍ରଭୁଙ୍କୁ ଦର୍ଶନ କରି ପାରିବେ ଭକ୍ତ । ଏହାପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । କିନ୍ତୁ ଶ୍ରୀଜିଉଙ୍କ ନୀତିକାନ୍ତି ପୂର୍ବଭଳି ବଳବତ୍ତର ରହିବ । ପୂର୍ବରୁ ଦିଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଜାନୁଆରୀ ୧ ଏବଂ ୨ ତାରିଖ ଏହି ଦୁଇ ଦିନ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । ଏହାପରେ ୩ ତାରିଖରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିର ଖୋଲିବ । ସେବେଠୁ ମହାପ୍ରଭୁଙ୍କ ଦର୍ଶନ କରିବେ ସର୍ବସାଧାରଣ । ସେହିପରି ବାହାର ଜିଲ୍ଲାର ଭକ୍ତମାନେ ନିଜର ପରିଚୟ ପତ୍ର ସହ କୋଭିଡ ନେଗେଟିଭ ରିପୋର୍ଟ ଦେଖାଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିପାରିବେ ।