ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । ଶନିବାର ଶନିଦେବଙ୍କ ପୂଜା କରିବା ଦ୍ୱାରା ବ୍ୟକ୍ତିଙ୍କୁ ଶନିଙ୍କ ମହାଦଶା, ସାଢେସାତୀ ଶନି ମୁକ୍ତି ମିଳିଥାଏ । ଯାହାଙ୍କ ଉପରେ ଶନିଙ୍କ କୃପା ଥାଏ ତାଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ । ଏହାସହିତ ଶନିଙ୍କ ପୂଜାରେ ବିଶେଷ ସାବଧାନତା ଅବଲମ୍ବନ କରିବା ଉଚିତ୍ ।
ଖାସ୍ କରି ମହିଳାମାନେ ଯେତେବେଳେ ଶନିଦେବଙ୍କ ପୂଜା କରିବେ ସେତେବେଳେ କିଛି ନିୟମ ପାଳନ କରିବା ଉଚିତ୍ । ନଚେତ୍ ଭାରି ପଡିପାରେ ଶନିଙ୍କ ଅସନ୍ତୁଷ୍ଟ । ଜୀବନରେ ସଙ୍କଟ ଆସିପାରେ । ତେବେ ଆସନ୍ତୁ ଜାଣିବା ମହିଳାଙ୍କ ପାଇଁ ଶନିଦେବଙ୍କ ପୂଜାର ନିୟମ..
– ଭଲ ଏବଂ ଖରାପ କର୍ମ କରୁଥିବା ବ୍ୟକ୍ତିଙ୍କ ଉପରେ ସର୍ବଦା ଶନିଦେବଙ୍କ ନଜର ରହିଥାଏ । ଜାତକରେ ଶନିଦୋଷ ଏବଂ ମହାଦଶା ଥିଲେ ଏଥିରୁ ମୁକ୍ତି ପାଇବା ପାଇଁ ମହିଳାମାନେ ଶନିଦେବଙ୍କ ଆରାଧନା କରିପାରିବେ ।
– ଶନିଦେବଙ୍କ ପୂଜା କରିବା ସମୟରେ ମହିଳାମାନେ ଭୁଲ୍ ରେ ଶନିଙ୍କ ମୂର୍ତ୍ତି ସ୍ପର୍ଶ କରିବା ଉଚିତ୍ ନୁହେଁ । ଶାସ୍ତ୍ରଅନୁସାରେ ଶନିଦେବଙ୍କ ମୂର୍ତ୍ତିକୁ ସ୍ପର୍ଶ କରିବା ଦ୍ୱାରା ମହିଳାଙ୍କ ଉପରେ ଶନିଙ୍କ ନକରାତ୍ମକ ଶକ୍ତିର ପ୍ରଭାବ ପଡିଥାଏ ।
– ସେହିପରି ଶାସ୍ତ୍ରଅନୁଯାୟୀ ମହିଳାଙ୍କୁ ଶନିଙ୍କ ମୂର୍ତ୍ତୀରେ ତେଲ ଚଢାଇବା ବାର୍ଜିତ । ଶନିଙ୍କୁ ପ୍ରସନ୍ନ କରିବା ପାଇଁ ମହିଳାମାନେ ବରଗଛ ମୂଳେ ତେଲ ଦୀପ ଲଗାଇବା ଉଚିତ୍ ।
– ଶନିଦେବଙ୍କ କୃପା ଲାଭ ପାଇଁ ମହିଳାମାନେ ଶନି ମନ୍ଦିରରେ ଶନି ଚାଳିଶା ପାଠ କରିପାରିବେ । ମହିଳାଙ୍କ ପାଇଁ ଏହା ସବୁଠୁ ସହଜ ଏବଂ ସରଳ ଉପାୟ ।
– ଶନିବାର ମହିଳାମାନେ ସୋରିଷ ତେଲ, କଳା କପଡା, କଳା ଜୋତା, ଲୁହା ବାସନ କଳା ବିରି, କଳା ରାଶି ଦାନ କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି ।