ଭୁବନେଶ୍ୱର (ଏଟିଆର ବ୍ୟୁରୋ): ପ୍ରତ୍ୟେକ ବର୍ଷ କାର୍ତ୍ତିକ ମାସ କୃଷ୍ଣ ପକ୍ଷ ତ୍ରୟୋଦଶୀରେ ଧନତେରସ ପର୍ବ ପାଳନ କରାଯାଏ । ଏହି ଦିନ ଧନବନ୍ତରୀ ଜୟନ୍ତି ବି ପାଳନ କରାଯାଏ । ଧନବନ୍ତରୀ ଜୟନ୍ତି ଅର୍ଥାତ ଧନତେରସରେ ଧାତୁ ର ବସ୍ତୁ କିଣିବାର ପ୍ରଥା। ବିଶ୍ୱାସ ରହିଛି କି ଏହିଦିନ ସୁନା-ଚାନ୍ଦୀ ଆଦି ବସ୍ତୁ କିଣିବା ଦ୍ୱାରା ଘରେ ଧନ-ବୈଭବ ଏବଂ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ । କିନ୍ତୁ ଯଦି ଆପଣଙ୍କ ନିକଟରେ ସୁନା ଏବଂ ଚାନ୍ଦୀ କିଣିବାର କ୍ଷମତା ନାହିଁ ତେବେ ବିଲକୁଲ ଚିନ୍ତିତ ହୁଅନ୍ତୁନି । ଆଜି ଆମେ ଆପଣଙ୍କୁ ସେହି ବସ୍ତୁ ବିଷୟରେ କହିବାକୁ ଯାଉଛୁ ଯାହାକୁ କିଣିବା ଦ୍ୱାରା ସେତିକି ଲାଭ ହେବ ଯେତିକି ଆପଣ ସୁନା-ଚାନ୍ଦୀ କିଣିବାରେ ହୋଇଥାନ୍ତା ।
ପିତଳ: ଧନତେରସ ଦିନ ପିତଳ ବସ୍ତୁ କିଣିବା ଦ୍ୱାରା ବି ଲାଭ ହୋଇଥାଏ । ସୁନା-ଚାନ୍ଦୀ ପରେ ପିତଳକୁ ସବୁଠାରୁ ଶୁଭ ବୋଲି କୁହାଯାଏ । ସେଥିପାଇଁ ଧନତେରସ ଦିନ ପିତଳ ବସ୍ତୁ କିଣିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।
ଧନିଆ: ଧନତେରସ ଦିନ ଧନିଆ କିଣିବା ଶୁଭ ହୋଇଥାଏ । ବିଶ୍ୱାସ ରହିଛି କି ଧନ ବୃଦ୍ଧି କରିଥାଏ ଧନିଆ । ସେଥିପାଇଁ ଧନତେରସ ଦିନ ମା’ ଲକ୍ଷ୍ମୀଙ୍କୁ ଧନିଆ ଅର୍ପଣ କରାଯାଇଥାଏ । ଏହାସହିତ କିଛି ଧନିଆ ଦାନାକୁ ଏକ କୋଡୁଆରେ ବୁଣି ଦିଅନ୍ତୁ । ଯଦି ଏଥିରୁ ଧନିଆ ଗଛ ଉଠେ ତେବେ ବର୍ଷ ସାରା ଘରେ ସୁଖ-ସମୃଦ୍ଧି ବୃଦ୍ଧି ହୋଇଥାଏ ।
ଝାଡୁ: ଝାଡୁକୁ ମା’ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଇଥାଏ । କୁହାଯାଏ କି ଧନତେରସ ଦିନ ଘରକୁ ଝାଡୁ କିଣିକି ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ଏହାର ମହତ୍ୱ ସୁନା-ଚାନ୍ଦୀ ସହ ସମାନ ।
ଅକ୍ଷତ: ଧନତେରସ ଦିନ ଅକ୍ଷତ ଅର୍ଥାତ ଧାନ ବା ଚାଉଳ କିଣିବା ଉଚିତ୍ । ଧାନ ଏବଂ ଚାଉଳକୁ ଶୁଭ ବୋଲି କୁହାଯାଇଥାଏ । ସେଥିପାଇଁ ଅକ୍ଷତର ଅର୍ଥ ହେଉଛି ଧନ-ସମ୍ପତ୍ତିରେ ଅନନ୍ତ ବୃଦ୍ଧି । ଶାସ୍ତ୍ରରେ କୁହାଯାଇଛି କି ଧନତେରସ ଦିନ ଧାନ ଏବଂ ଚାଉଳ କିଣିବା ଦ୍ୱାରା ଧନ, ବୈଭବ ଏବଂ ଐଶ୍ଚର୍ଯ୍ୟରେ ଅନନ୍ତ ବୃଦ୍ଧି ହୋଇଥାଏ । ଏହିଦିନ ଧାନ ଏବଂ ଚାଉଳ କିଣିବା ସୁନା ଏବଂ ଚାନ୍ଦୀ କିଣିବା ସହ ସମାନ ।
ଜଅ: ପୌରାଣିକ କଥାରେ କୁହାଯାଇଛି କି ଜଅ, ସୁନା ସମାନ । ସେଥିପାଇଁ ଧନତେରସ ଦିନ ଜଅ କିଣିବା ଶୁଭ ହୋଇଥାଏ ।