ଛତିଶଗଡ(ଏଟିଆର ବ୍ୟୁରୋ): ଆମ ଦେଶରେ ବିଭିନ୍ନ ଧର୍ମର ନିୟମ ଅନୁଯାୟୀ ବିବାହ କାର୍ଯ୍ୟ ସଂପର୍ଣ୍ଣ ହୋଇଥାଏ । ଯେପରି ହିନ୍ଦୁ ଧର୍ମରେ ସିନ୍ଦୁର ଏବଂ ମଙ୍ଗଳସୁତ୍ରକୁ ଖୁବ୍ ମହତ୍ୱ ଦିଆଯାଇଥାଏ । ଏହି ଦୁଇଟି ଜିନିଷ ବର, କନ୍ୟାକୁ ନ ପିନ୍ଧାଇବା ପର୍ଯ୍ୟନ୍ତ ବିବାହ ସଂପର୍ଣ୍ଣ ହୋଇ ନଥାଏ । ଏହାକୁ ସୁହାଗର ପ୍ରତୀକ ବୋଲି କୁହାଯାଇଥାଏ । କିନ୍ତୁ ଆପଣମାନେ ଜାଣଛନ୍ତି କି କନ୍ୟା,ବରକୁ ସିନ୍ଦୁର ପିନ୍ଧାଇବା । କଥାଟା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏହା ସତ । ଆଜ୍ଞା ହଁ ବିବହା ସଂପର୍କକୁ ସମାନ ଅଧିକାର ଦେବାର ଏଭଳି ପରମ୍ପରା ରହିଛି ଏକ ଗାଁରେ । ଯେଉଁଠି ବର-କନ୍ୟା ଦୁହେଁ ଦୁହିଁଙ୍କ ମଥାରେ ସିନ୍ଦୁର ଭରିଥାନ୍ତି ।
ପ୍ରକୃତରେ ଛତିଶଗଡର ସୁଦୁର ବନାଞ୍ଚଳ ଜଶପୁର ଜିଲ୍ଲାରେ ଓରାଂବ ଜନଜାତିରେ ଏହି ପରମ୍ପରା ରହିଛି । ଏଠାରେ ବର-କନ୍ୟା ଦୁହେଁ ଦୁହିଁଙ୍କ ମଥାରେ ସିନ୍ଦୁର ଭରିଥାନ୍ତି । ସେଠାକାର ଲୋକମାନଙ୍କ କହିବାନୁଯାୟୀ ଏଭଳି କରିବା ଦ୍ୱାରା ପତୀ-ପତ୍ନୀଙ୍କ ମଧ୍ୟରେ ସମାନ ଅଧିକାର ରହିଥାଏ ।
ଯେତେବେଳେ କନ୍ୟା ପକ୍ଷର ପରିବାର ଲୋକ ବରକୁ କାନ୍ଧରେ ବସାଇ ମଣ୍ଡପକୁ ନେଇଥାନ୍ତି । ସେତେବେଳେ ଏହି ରଶମ ପୂରଣ ହୋଇଥାଏ । ଏହି ବିବାହରେ ମୁଖ୍ୟ ଭୂମିକା ହେଉଛି କନ୍ୟାଙ୍କ ଭାଇଙ୍କର । ସେ ଭଉଣୀର ଅଙ୍ଗୁଳି ଧରିଥାନ୍ତି ଏବଂ କନ୍ୟା ଭାଇର ସାହାରାରେ ବରକୁ ନଦେଖି ଭାଇଙ୍କ ପଛପଟେ ଛିଡା ହୋଇ ବର ମଥାରେ ସିନ୍ଦୁର ଭରିଥାନ୍ତି । ଯଦି କନ୍ୟାଙ୍କର ଭାଇ ନାହାନ୍ତି, ତେବେ ସେହି ରଶମ କନ୍ୟାଙ୍କ ଭଉଣୀ ପୂରଣ କରିଥାନ୍ତି ।
ଏହି ବିବାହର କିଛି ନିୟମ ରହିଛି । ଗାଁର ପାଞ୍ଚ ଜଣ ବରିଷ୍ଠ ସଦସ୍ୟ ଚାଦର ସାହାର୍ଯ୍ୟର ଏକ ଗୋଲେଇ କରି ତା ଭିତରେ ରହିଥାନ୍ତି । ଏବଂ ତା ଭିତରୁ ବାରମ୍ବାର ଜୋର ପାଟିରେ ବର-କନ୍ୟାଙ୍କୁ କହିଥାନ୍ତି କି ଭଲ ଭାବେ ଦୁହେଁ ଦୁହିଁଙ୍କୁ ଦେଖି ନିଅ,ଜାଣି ନିଅ ଏବଂ ତା’ପରେ ଯାଇ ମଥାରେ ସିନ୍ଦୁର ଭର । ଏହି ଭଳି ଭାବେ ଅଜବ ପରମ୍ପରା ସହିତ ବିବାହ କାର୍ଯ୍ୟ ସଂପର୍ଣ୍ଣ ହୋଇଥାଏ ।