ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଦୁନିଆ ଦିନକୁ ଦିନ ଡିଜିଟାଲ ହେବାରେ ଲାଗିଛି । ପ୍ରାୟ ସବୁ ଜିନିଷ ବର୍ତ୍ତମାନ ଅନଲାଇନରେ ମିଳିବାକୁ ଲାଗିଲାଣି । ଏମିତିକି ମାଟି ମଧ୍ୟ ଅନଲାଇନରେ ଉପଲବ୍ଧ ହେଲାଣି ।
ଡାକ୍ତରଙ୍କ ପରାମର୍ଶ ଠାରୁ ଆରମ୍ଭ କରି ରୋଷେଇ ଶିକ୍ଷା ପର୍ଯ୍ୟନ୍ତ ସବୁ କିଛି ଅନଲାଇନରେ ଅତି ସହଜରେ ମିଳି ପାରୁଛି । ହେଲେ ଗୋଟିଏ ସେବା ଅନଲାଇନରେ ଉପଲବ୍ଧ ନଥିଲା ଆଇନ କାନୁନ ପରାମର୍ଶ ବା ଓକିଲ ସେବା ହେଲେ ବର୍ତ୍ତମାନ ତାହା ମଧ୍ୟ ଅନଲାଇନରେ ଉପଲବ୍ଧ ହେଲାଣି ।
ଭାରତରେ ଏମିତି କିଛି ୱେବସାଇଟ ଲଞ୍ଚ ହୋଇ ସାରିଲାଣି ଯାହା ଦ୍ୱାରା ଏବେ ଅନଲାଇନରେ ନିଜ ସମସ୍ତ ସମସ୍ୟାର ସମାଧାନ ପାଇଁ ଓକିଲଙ୍କ ପରାମର୍ଶ ନେଇ ପାରିବେ ।
www.legistfy.com ଭାରତର ଏମିତି ଏକ ୱେବସାଇଟ ଯେଉଁଠି ଆପଣଙ୍କୁ ସହଜରେ ଆଇନ କାନୁନ ଜନୀତ ସହାୟତା ମିଳିପାରିବ । ଏବଂ ଆପଣ ନିଜ ବଜେଟ ହିସାବରେ ଓକିଲ ମଧ୍ୟ ନିଜ ପାଇଁ ବାଛି ପାରିବେ । ତେବେ ଏହି ୱେବ ସାଇଟଟିକୁ ଅକ୍ଷତ୍ ସିଂଘଲ ନାମକ ଜଣେ ବ୍ୟକ୍ତି ଭାରତରେ ଲଞ୍ଚ କରିଛନ୍ତି ।
www.lawrato.com, win my case app, vakil search ପରି ଭାରତରେ ଆହୁରି ଅନେକ ୱେବସାଇଟସ୍ ଓ ଆପ ଅଛି ଯାହା ଦ୍ୱାରା ସମସ୍ତେ ଆଇନ କାନୁନ ବିଷୟରେ ଜାଣିବା ଅତି ସହଜ ହେଇପାରୁଛି । ଅନେକ ବଡ ବଡ ଓକିଲ ମାନଙ୍କ ପରାମର୍ଶ ମଧ୍ୟ ମିଳି ପାରୁଛି ।