ମାଉଣ୍ଟମାଙ୍ଗନୁଇଁ (ଏଟିଆର ବ୍ୟୁରୋ); ଜାନୁଆରୀ ୨୬ ତାରିଖରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ଦ୍ୱିତୀୟ ଦିନିକିଆ । ପ୍ରଥମ ମ୍ୟାଚକୁ ଭାରତ ଜିତି ୫ଟି ମ୍ୟାଚ ବିଶିଷ୍ଟ ସିରିଜ ୧-୦ରେ ଆଗୁଆ ରହିଛି । ତେବେ ପ୍ରଥମ ଦିନିକିଆରେ ଭଲ ପ୍ରଦଶନ କରିଥିବା ଭାରତୀୟ ବାମହାତୀ ଓପନର ବ୍ୟାଟ୍ସ ମ୍ୟାନ ନୂଆ ଖେଳାଳିଙ୍କୁ ନେଇ ନିଜର ମତ ରଖିଛନ୍ତି । ଦିନକୁ ଦିନ ଦଳରେ ନୂଆ ଖେଳାଳି ସାମିଲ ହେଉଛନ୍ତି । ତେବେ ଏମାନେ ଏତେ ଦକ୍ଷ ଯେ ଦଳରେ ପୁରୁଣା ଖେଳାଳିଙ୍କ ସ୍ଥାନ ପାଇବା ପାଇଁ ପ୍ରତିଯୋଗିତା ହେଉଛି । ପୂର୍ବରୁ ଏଭଳି କେବେ ନୂଆ ଖେଳାଳି ସ୍ଥାନ ପାଇ ନଥିବା କହିଛନ୍ତି ଧାୱନ । ଏହି ନୂଆ ଖେଳାଳିମାନେ ଭଲ ଖେଳ ପ୍ରଦର୍ଶନ କରିବା ଫଳରେ ଦଳ ଅଧିକ ଶକ୍ତିଶାଳି ହେବାରେ ଲାଗିଛି ।
ଦଳରେ ପୃଥୀ ଶ’ ଏବଂ ଶୁଭମ ଗିଲଙ୍କ ଭଳି ଭଳି ଖେଳାଳି ବେଶ ଭଲ ଫର୍ମରେ ଅଛନ୍ତି ଏବଂ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରୁଛନ୍ତି । ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳା ଯାଇଥିବା ଟେଷ୍ଟ ମ୍ୟାଚରେ ଶ ଯେଉଁଭଳି ଖେଳିଲେ ତାହା ଅତ୍ୟନ୍ତ ପ୍ରଂଶସନୀୟ । ସେ ଗୋଟିଏ ପାଳିରେ ଶତକ ହାସଲ କରିଥିବା ବେଳେ ଆର ପାଳିରେ ୭୦ ରନ କରିବାରେ ସକ୍ଷମ ହୋଇଥିଲେ । ଏଣୁ ଏହି ନୂଆ ଖେଳାଳିମାନେ ଟିମରେ ନିଜର ସ୍ଥାନ ବଜାୟ ରଖୁଛନ୍ତି । ଯାହା ଫଳରେ ଅଭିଜ୍ଞ ଖେଳାଳି ମାନଙ୍କୁ ସ୍ଥାନ ପାଇବା ପାଇଁ କଷ୍ଟ ହେଉଛି । ଭାରତୀୟ ଦଳର ଅଭିଜ୍ଞ ଖେଳାଳି ସୁରେଶ ରୈନା ଖରାପ ଫର୍ମ ପାଇଁ ଦଳରୁ କିଛି ଦିନ ପାଇଁ ଦୂରେଇ ରହିଥିଲେ । ମାତ୍ର ସେ ଏବେ ପର୍ଯ୍ୟନ୍ତ ଦଳରେ ନିଜର ସ୍ଥାନ ପାଇ ପାରୁ ନାହାଁନ୍ତି । କାରଣ ଦଳରେ ଯୁବ ଖେଳାଳିମାନେ ଉଚ୍ଚକୋଟିର ଖେଳ ପ୍ରଦର୍ଶନ କରି ନିଜର ସ୍ଥାନ ପକ୍କା କରି ଦେଉଛନ୍ତି । ଏବଂ ଅଭିଜ୍ଞ ଖେଳାଳିଙ୍କ ସ୍ଥାନ ପାଇଁ ପରିଶ୍ରମ କରିବାକୁ ପଡୁଛି ।
ଆଗକୁ ୨୦୧୯ ବିଶ୍ୱକପ ଆସୁଥିବାରୁ ଦଳରେ ସ୍ଥାନ ପାଇବା ପାଇଁ ବହୁତ କଷ୍ଟ କରିବା ପାଇଁ ପଡିବ । କ୍ରିକେଟର ମହାକୁମ୍ଭ ହୋଇଥିବାରୁ ଦଳ ଭଲ ଖେଳାଳିଙ୍କୁ ସ୍ଥାନ ଦେବ । ଏଣୁ ଯୁବ ଖେଳାଳି ମାନେ ଭଲ ଫର୍ମରେ ରହୁଥିବାରୁ ଏମାନେ ପ୍ରଥମେ ନିଜର ସ୍ଥାନ ବଜାୟ ରଖିବେ ବୋଲି ମତ ରଖିଛନ୍ତି ଧାୱନ । ସେପଟେ ଧାୱନ କହିଛନ୍ତି ,“ ମୁଁ ଭାବୁଛି ଯୁବ ଖେଳାଳିମାନ ଏବେ ବେଶ ଦକ୍ଷତା ପ୍ରଦର୍ଶନ କରି ଭାରତୀୟ ଟିମ୍ରେ ସ୍ଥାନ ହାସଲ କରିବାକୁ ଉଦ୍ୟମ କରୁଛନ୍ତି। ଏହି କାରଣରୁ ଦଳ ମଧ୍ୟରେ ନିଜର ସ୍ଥାନ ସୁରକ୍ଷିତ କରିବାକୁ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳୁଛି। ସମସ୍ତେ ନିଜ ନିଜର ବେଷ୍ଟ ଦେବାକୁ ଚେଷ୍ଟା କରୁଛନ୍ତି। ତେଣୁ ୧୫ ଜଣିଆ ସ୍କ୍ୱାଡ୍ ପାଇଁ ଆମ ମଧ୍ୟରେ ପ୍ରତିଯୋଗିତା ହେଉଛି।”