ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମୋବାଇଲ ଗେମ୍ ପବଜି ଭାରତରେ ବ୍ୟାନ ହେଲା ପରେ Fau-Gଗେମ୍ ଘୋଷଣା କରାଯାଇଥିଲା । ଏନେଇ ବଲିଉଡ ଅଭିନେତା ଅକ୍ଷୟ କୁମାର ଟ୍ୱିଟ କରି ସୂଚନା ଦେଇଥିଲେ । ଏବେ ପୁଣି ଥରେ ଅକ୍ଷୟ କୁମାର ଏହି ଗେମ୍ ର ଟିଜର ଭିଡିଓ ରିଲିଜ୍ କରିଛନ୍ତି । ଗେମ୍ ର ପ୍ରଥମ ଏପିସୋଡ ଗଲୱାନି ଘାଟି ଉପରେ ଆଧାରିତ । ଯାହାକୁ ଆପଣ ଗେମ୍ ର ଟିଜର ରେ ଦେଖି ପାରିବେ । ସବୁଠାରୁ ଖାସ୍ କଥା ହେଉଛି ଏହି ଗେମ୍ ରେ ଭାରତୀୟ ସେନାଙ୍କ ଅବତାରରେ ପ୍ଲେୟର୍ସଙ୍କୁ ଦେଖିବାକୁ ମିଳିବ ।
Today we celebrate the victory of good over evil, and what better day to celebrate our Fearless and United Guards, our FAU-G!
On the auspicious occasion of Dussehra, presenting the #FAUG teaser.@nCore_games @BharatKeVeer @vishalgondal #AtmanirbharBharat #StartupIndia pic.twitter.com/5lvPBa2Uxz— Akshay Kumar (@akshaykumar) October 25, 2020
ଭାରତୀୟ ଗେମ୍ ଡେଭଲ୍ପର କମ୍ପାନୀ ଏନକୋର ଗେମ୍ସ ଦ୍ୱାର ଏହି ଗମ୍ସ କୁ ପ୍ରସ୍ତୁତ କରାଯାଇଛି । ଏହି ଗେମ୍ କୁ ନେଇ ଏନକୋରର କୋ-ଫାଉଣ୍ଡର ବିଶାଲ ଗୋଣ୍ଡଲ କହିଛନ୍ତି କି, ‘ଏହି ଗେମ୍ ପବଜି ଗେମ୍ସକୁ ରିପ୍ଲେସ କରିବ ଏବଂ ଏହା ଲୋକାଲ ଏବଂ ଗ୍ଲୋବାଲ ସ୍ତରରେ ଲୋକପ୍ରିୟ ହେବ ।’
ଅନ୍ୟପଟେ ଏହି ଗେମ୍ କୁ ନେଇ ଅକ୍ଷୟ କୁମାର ଟ୍ୱିଟ କରି କହିଥିଲେ କି, ଏହି ଗେମ୍ ଦ୍ୱାରା ହେବାକୁ ଥିବା ଆୟର ୨୦ ପ୍ରତିଶତ ଭାଗ ଭାରତୀୟ ସେନାଙ୍କ ଟ୍ରଷ୍ଟକୁ ଯିବ ।