ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭାରତୀୟ କ୍ରିକେଟର ପୂର୍ବତନ ଖେଳାଳୀ ୟଶପାଲ ଶର୍ମାଙ୍କ ପରଲୋକ ଘଟିଛି । ହୃଦଘାତରେ ୬୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ଘଟିଛି । ତାଙ୍କ ବିୟୋଗ ଖବର ପ୍ରକାଶ ପାଇବା ପରେ କ୍ରିକେଟ ଜଗତରେ ଶୋକର ଛାୟା ଖେଳିଯାଇଛି ।
ଭାରତର ୧୯୮୩ ବିଶ୍ୱକପ ବିଜେତା ଦଳର ଅଂଶ ଥିଲେ ୟଶପାଲ । ଅନ୍ତର୍ଜାତୀୟ ଏକଦିବସୀୟ କ୍ରିକେଟରେ ପ୍ୟାଭିଲିୟନକୁ ଆଉ ଫେରି ନଥିବାର ଏକ ନିଆରା ରେକର୍ଡ ସୃଷ୍ଟି କରିଥିବା ୟଶପାଲ ଶର୍ମା ବର୍ତ୍ତମାନ ଏହି ଦୁନିଆକୁ ସବୁଦିନ ପାଇଁ ବିଦାୟ ଦେଇଛନ୍ତି।
ଅଗଷ୍ଟ ୧୧, ୧୯୫୪ ରେ ଲୁଧିଆନାରେ ଜନ୍ମଗ୍ରହଣ କରିଥିବା କ୍ରିକେଟର ଯଶପାଲ ଶର୍ମା ୧୯୭୮ ମସିହାରେ ଚୀର-ପ୍ରତିଦ୍ୱନ୍ଦ୍ୱୀ ଦଳ ପାକିସ୍ତାନ ବିପକ୍ଷରେ ଆନ୍ତର୍ଜାତୀୟ କ୍ରିକେଟ୍ ରେ ଡେବ୍ୟୁ କରିଥିଲେ। ସେତେବେଳେ ସେ ଇଂଲଣ୍ଡରେ ଖେଳାଯାଇଥିବା ୧୯୮୩ ବିଶ୍ୱକପ ବିଜେତା ଦଳର ଅଂଶ ହୋଇଥିଲେ, ଯେଉଁଠାରେ ଭାରତ ୱେଷ୍ଟଇଣ୍ଡିଜକୁ ପରାସ୍ତ କରି ଇତିହାସ ସୃଷ୍ଟି କରିଥିଲା।