ସିଡନୀ (ଏଟିଆର ବ୍ୟୁରୋ); ଘରୋଇ ମାଟିରେ କଙ୍ଗାରୁ ବାହିନୀକୁ ଧୂଳି ଚଟାଇ ଇତିହାସ ରଚିଲା ବିରାଟ ବାହିନୀ । ପ୍ରଥମ ଏସିୟ ଦଳ ଭାବରେ ଅଷ୍ଟ୍ରେଲିଆକୁ ଘରୋଇ ମାଟିରେ ହରାଇ କୀତ୍ତି ଅର୍ଜନ କରିଛି । ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ଅନୁଷ୍ଟିତ ହୋଇଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଡ୍ର ହୋଇଥିଲେ ମଧ୍ୟ ଭାତର ସିରିଜ ହାତେଇଛି । ୪ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜରେ ଭାରତ ୨-୧ରେ ଆଗୁଆ ରହିଥିଲା । ବିରାଟ ବାହିନୀ ଏହି ଇତିହାସ ରଚିବା ପରେ ବିଶ୍ୱର ସମସ୍ତ କୋଣ ଅନୁକୋଣରୁ ପ୍ରଂଶସାର ସୁଅ ଛୁଟି ଆସିଛି । ଭାରତୀୟ କ୍ରିକେଟ ପ୍ରେମୀଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିବା ଦେଖିବାକୁ ମିଳିଛି ।
୪ର୍ଥ ଟେଷ୍ଟରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା । ଦଳ ପ୍ରଥମ ପାଳିରେ ୬୨୨ ରନ କରିଥିଲା । ସେପଟେ ଅଷ୍ଟ୍ରେଲିଆ ତାର ପ୍ରଥମ ପାଳିରେ ୩୦୦ ରନ କରିଥିଲା । ଫଳରେ ଘରୋଇ ଦଳ ଫଲୋଅନ ହୋଇଥିଲା । ଏଣୁ ପୁଣି ଥରେ ବ୍ୟାଟିଂ କରିବା ପାଇଁ ଆସିଥିଲେ କଙ୍ଗାରୁ ବାହିନୀ । ମାତ୍ର ବର୍ଷା ମ୍ୟାଚରେ ବାଧା ସୃଷ୍ଟି କରିଥିଲା । ଶେଷରେ ମ୍ୟାଚ ରେଫରି ମ୍ୟାଚକୁ ଡ୍ର ଘୋଷଣା କରିଥିଲେ । ତେବେ ଏହି ସିରିଜ ଏବଂ ମ୍ୟାଚରେ ଭଲ ଖେଳିଥିବା ପୂଜାରାଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ଏବଂ ପ୍ଳେୟାର ଅଫ ଦି ସିରିଜ ପୁରଷ୍କାର ମିଳିଛି । ପୂଜାରା ଚତୁର୍ଥ ଟେଷ୍ଟରେ ବ୍ୟକ୍ତିଗତ ୧୯୪ ରନ କରିଥିଲେ ।