ଭୁବନେଶ୍ୱର (ଏଟିଆର ବ୍ୟୁରୋ):ପୁଣି ଜାତୀୟ ରେକର୍ଡ କରିଛନ୍ତି ଓଡିଆ ଧାବିକା ଦୂତୀ ଚାନ୍ଦ । ଗୌହାଟିର ସରୁସଜାଇ ଷ୍ଟାଡିଅମରେ ୫୮ତମ ଜାତୀୟ ଇଣ୍ଟର ଷ୍ଟେଟ ସିନିଅର ଆଥ୍ଲେଟିକ୍ ମିଟ୍ ରେ ଏହି ରେକର୍ଡ କରିଛନ୍ତି ଦୂତୀ । ସେମିଫାଇନାଲ ରାଉଣ୍ଡରେ ସେ ୧୧.୨୯ ସେକେଣ୍ଡରେ ୧୦୦ ମିଟର ଦୌଡରେ ଅତିକ୍ରମ କରିଛନ୍ତି ।
ପୂର୍ବରୁ ସେ ନୂଆଦିଲ୍ଲୀରେ ୧୧.୩୦ ସେକେଣ୍ଡରେ ଏହି ଦୂରତାକୁ ଅତିକ୍ରମ କରି ରେକର୍ଡ ହାସଲ କରିଥିଲେ ।
ଦୂତୀଙ୍କର ଏହି ରେକର୍ଡ ପାଇଁ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଟ୍ୱିଟ୍ ଯୋଗେ ଶୁଭେଚ୍ଛା ଜଣାଇଛନ୍ତି ।
Well done, Dutee Chand! Congratulations on breaking the Indian record in 100m sprint with a timing of 11.29s at 58th National Interstate Athletics Championships, Guwahati.#OdishaForIndia
— Naveen Patnaik (@Naveen_Odisha) June 29, 2018