କଟକ(ଏଟିଆର ବ୍ୟୁରୋ): ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ହୋଇଥିବା ଦିନିକିଆ ଶୃଙ୍ଖଳାରେ ଭାରତ ଟାଇଟେଲ ହାତେଇଛି । ଭାରତ ଦଳ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତି ନେଇଥିଲା । ପ୍ରଥକେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ନିକୋଲାସ ପୂରନ ୮୯ ରନ, ଅଧିନାୟକ କିରଣ ପୋଲାର୍ଡ ୭୪ ରନ, ଓ ସାଇହୋପ ୪୨ ରନ କରି ନିର୍ଦ୍ଧାରିତ ଓଭରରେ ୫ ୱେକେଟ ହରାଇ ୩୧୫ ରନ କରିଥିଲା । ଭାରତ ଆଗରେ ୩୧୬ ରନର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡା କରିଥିଲା ।
ଭାରତ ଦୁଇ ଓପନର ରୋହିତ ଶର୍ମା ଓ ରାହୁଲ ଇନିଂସ ଆରମ୍ଭରୁ ଭଲ ପ୍ରର୍ଦଶନ କରିଥିଲେ । ରୋହିତ ୬୩ ବଲରେ ୮ଟି ଚୌକା ଓ ୧ଟି ଛକା ମାରି ୬୩ ରନ କରିଥିଲେ । ସେହିଭଳି ଲୋକେଶ ରାହୁଲ ୮୯ ବଲରେ ୮ଟି ଚୌକା ଓ ୧ଟି ଛକା ମାରି ୭୭ ରନ କରିଥିଲେ । ଏହାପରେ ବିରାଟ କୋହଲି ନିଜର ୫୫ ତମ ଅର୍ଦ୍ଧତକ ହାସଲ କରିଥିଲେ । ବିରାଟ ୮୧ ବଲରେ ୯ଟି ଚୌକା ମାରି ୮୫ ରନ କରି ଆଉଟୁ ହୋଇଥିଲେ ।ଶେଷ ଆଡ଼କୁ ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜା ଓ ଶାର୍ଦ୍ଦୁଳ ଠାକୁରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଭାରତ ଏହି ମୁକାବିଲାକୁ ୪୮.୩ ଓଭରରେ ୬ ଓ୍ଵିକେଟ୍ ହରାଇ ଜିତି ନେଇଥିଲା। ରୋହିତ ଶର୍ମା ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ବିରାଟ କୋହଲୀ ମ୍ୟାନ୍ ଅଫ ଦି ପ୍ଲେୟାର ବିବେଚିତ ହୋଇଛନ୍ତି।